ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

ଏରସମା, 28/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଗଡକୁଜଙ୍ଗ ପଞ୍ଚାୟତ ର ସୁଭଦ୍ରାଙ୍କ କ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟର ପ୍ରସ୍ତୁତି ବୈଠକ ପୂର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟଙ୍କ ସଭାପତିତ୍ୱରେ ହୋଇଯାଇଛି ।ମହାପ୍ରଭୁଙ୍କ ବାସି ରଥଯାତ୍ରା ,ସ୍ନାନ ପୂର୍ଣ୍ଣିମା ସଂପର୍କରେ ଆଲୋଚନା କରାଯାଇଥିବା ବେଳେ ବଡ ଦାଣ୍ଡ ସଫେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଏହି ବୈଠକରେ ପ୍ରଶାସନ ପକ୍ଷରୁ ଏରସମା ତହସିଲଦାର ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳି ବେହେରା,ଅଭୟଚାନ୍ଦପୁର ଥାନା ଅଧିକାରୀ ସମୀର ରାଉତ,ବିଦୂତ ବିଭାଗର ଅଧିକାରୀ,ପାନୀୟ ଜଳ ଯୋଗାଣ ର ଅଧିକାରୀ ଓ ଅଗ୍ନିଶମ ଅଧିକାରୀ ଯୋଗ ଦେଇଥିଲେ ।ଏଠି ସହିତ ସାତ ଟି ପଞ୍ଚାୟତ ର ସରପଞ୍ଚ, ଅଞ୍ଚଳର ବୁଦ୍ଧିଜୀବୀ, ମୁରବି,ଯୋଗଦେଇଥିବା ବେଳେ ବାଲିତୁଠ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ ଦାସ, ପୂର୍ବତନ ସରପଞ୍ଚ ଅଖିଳ ବଲ୍ଲଭ ସ୍ୱାଇଁ, ହରିହର ମନ୍ତ୍ରୀ ,ତମିଲ୍ ପ୍ରଧାନ ,କୁଞ୍ଜବିହାରୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ସଭ୍ୟ ରାଜେନ୍ଦ୍ର ବେହେରା ,ସମ୍ପାଦକ ପିତାମ୍ବର ରାଉତ,ବିଜୟ ଚାନ୍ଦ ନାୟକ, ଭୋଳାନାଥ ସ୍ୱାଇଁ,ଅଜିତ୍ ପ୍ରସାଦ ରାଉତ,ଗଗନ ବିହାରୀ ସାମନ୍ତରାୟ, କିଶୋର ଚରଣ ଦାସ, ଧିରେନ୍ଦ୍ର ମହାପାତ୍ରଙ୍କ ସମେତ ଟ୍ରଷ୍ଟର ଅନ୍ୟ ସଦସ୍ୟ ମାନେ ବୈଠକ ରେ ଉପସ୍ଥିତ ରହିବା ସହିତ ପରିଚାଳନା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତ ବୈଠକ ଆସନ୍ତା ମଙ୍ଗଳବାର ଦିନ କରାଯିବ ବୋଲି ମନ୍ଦିର ଟ୍ରଷ୍ଟି ତରଫରୁ ସୂଚନା ଦିଆଯାଇଛି।
18