ପାରାଦୀପ ଗଡ, 16/02/2025, ଉତ୍କଳ voice news - utkalvoicenews.com

ପାରାଦୀପ ଅଞ୍ଚଳର ପାରାଦୀପ ଗଡ ଥରେ ଅବସ୍ଥିତ ଅଗ୍ରଣୀ ଏଙ୍ଗିଲିଶ ମିଡିଅମ୍ ସ୍କୁଲ ର ୧୧ ତମ ବାର୍ଷିକ ଉତ୍ସବ ମହାସମାରୋରେ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଏକାଗ୍ରତା ଓ ସମୟlନୁବର୍ତ୍ତିତl ରଖିଲେ ଆଗକୁ ବଢ଼ି ପାରିବେ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ କୁଜଙ୍ଗ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା, ନୂଆଗଡ ପଞ୍ଚାୟତ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ରାଉତ, ପ୍ରମୋଦ କୁମାର ପତି, ଯୋଗଦେଇ ସ୍କୁଲ ର ଶିକ୍ଷା ବ୍ୟବସ୍ଥା ଓ ଛାତ୍ର ଛାତ୍ରୀ ମାନଙ୍କ ଶୃଙ୍ଖଳା କୁ ପ୍ରଶଂସା କରିଥିଲେ l ସ୍କୁଲ ର ପ୍ରତିଷ୍ଠାତା ଅଧକ୍ଷ ଶ୍ରୀଯୁକ୍ତ ପ୍ରଭାତ ପ୍ରକାଶ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ l ସ୍କୁଲ ପରିଚାଳନା କମିଟି ର ସମ୍ପାଦକ ଶ୍ରୀଯୁକ୍ତ ବିମଳ ଚନ୍ଦ୍ର ପଟ୍ଟନାୟକ ଧନ୍ୟ ବାଦ ଅର୍ପଣ କରିଥିଲେ l ବାର୍ଷିକ କ୍ରିଡ଼ା ପ୍ରତିଯୋଗୀତା ରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ମାନ୍ୟବର ମନ୍ତ୍ରୀ ପୁରସ୍କୃତ କରିଥିଲେ l ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
