ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଭିନୟ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ୨ୟ ଅଭିନୟ ଟାଲେଣ୍ଟ ଶୋ ପ୍ରତିଯୋଗିତା–୨୦୨୬ ସଫଳତାର ସହ ସମ୍ପନ୍ନ

ଢେଙ୍କାନାଳ, 28/06/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଅଦ୍ୟ ତାରିଖ ୨୮.୦୬.୨୦୨୬ ରେ ଢେଙ୍କାନାଳ ନୂତନ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଲେଖକ ସଂସଦ ଭବନ ଠାରେ ଅଭିନୟ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ୨ୟ ଅଭିନୟ ଟାଲେଣ୍ଟ ଶୋ ପ୍ରତିଯୋଗିତା–୨୦୨୬ ମହାସମାରୋହରେ ଉଦ୍ଘାଟିତ ହୋଇଥିଲା।
Article Image
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବନୀ ମିଶ୍ର (ସଭାପତି, ଲୋକକଳା, ଢେଙ୍କାନାଳ) ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପରେଶ ଚନ୍ଦ୍ର ପଟ୍ଟନାୟକ, ଶତ୍ରୁଘ୍ନ ମାଟି ଓ ଶ୍ରୀମତୀ ଲିପିକା ଦାସ (୪ ନମ୍ବର ୱାର୍ଡ କାଉନ୍ସିଲର୍) ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ କରକମଳରେ ପୁରସ୍କାର, ସମ୍ମାନପତ୍ର ଓ ସ୍ମାରକ ପ୍ରଦାନ କରାଯାଇଥିଲା।
Article Image
ଏହି ପ୍ରତିଯୋଗିତାର ବିଚାରକ ଭାବେ ଗୁରୁ ସଞ୍ଜୟ ଦାସ, ଗୁରୁ ଶୁଭ୍ରକାନ୍ତ ପ୍ରଧାନ ଏବଂ ଶ୍ରୀମତୀ ସୁଲଗ୍ନା ମହାପାତ୍ର ଦାୟିତ୍ୱ ତୁଲାଇଥିଲେ। ସେମାନଙ୍କର ନିରପେକ୍ଷ ମୂଲ୍ୟାଙ୍କନ ଓ ଉତ୍ସାହବର୍ଦ୍ଧକ ପରାମର୍ଶ ପ୍ରତିଯୋଗିତାକୁ ଅଧିକ ସଫଳ କରିଥିଲା। ଅତିଥିମାନେ ଅଭିନୟ ଫାଉଣ୍ଡେସନ୍ର ଏଭଳି ସାଂସ୍କୃତିକ ପ୍ରୟାସକୁ ପ୍ରଶଂସା କରିବା ସହ ଧେଙ୍କାନାଳର କଳା ଓ ସଂସ୍କୃତିର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ଏହାର ଭୂମିକାକୁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସଭାପତି ସୁଚିସ୍ମିତା ମାନ୍ନା, ସମ୍ପାଦିକା ରଶ୍ମିତା ପଟେଲ, ସଦସ୍ୟା ଅବନ୍ତୀ ସାହୁ, ସସ୍ମିତା ସରକାର, ସରିତା ମାନ୍ନା, କିଶାନ, ଶୁଭମ୍, ସାହିଦ୍ ଏବଂ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ସହଯୋଗୀମାନଙ୍କର ଅମୂଲ୍ୟ ସହଯୋଗ ରହିଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସଭାପତି ଶ୍ରୀମତୀ ସୁଚିସ୍ମିତା ମାନ୍ନା ସୁନ୍ଦର ଓ ସୁଚାରୁ ଭାବେ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଫାଉଣ୍ଡେସନ୍‌ର ସମ୍ପାଦିକା ଶ୍ରୀମତୀ ରଶ୍ମିତା ପଟେଲ ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ବିଚାରକ, ପ୍ରତିଯୋଗୀ, ଅଭିଭାବକ, ସହଯୋଗୀ ଓ ଶୁଭେଚ୍ଛୁମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।
24