ଢେଙ୍କାନାଳ, 29/06/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଜ୍ୟେଷ୍ଠ ମାସର ଦେବ ସ୍ନାନ ନୀତି ପାଳନ କରାଯାଇଛି। ଭୋର ସାଢ଼େ ଚାରିଟା ସମୟରୁ ଜୟ ବିଜୟ ମଙ୍ଗଳ ଆଳତି ପହଣ୍ଡି କରାଯାଇ ବଳରାମ, ସୁଭଦ୍ରା, କୃଷ୍ନ ଓ ଜଗନ୍ନାଥ ଙ୍କୁ ସ୍ନାନ ବେଦୀକୁ ବିଜେ କରାଯାଇଥିଲା। ପୂଜା ଅର୍ଚ୍ଚନା ପରେ ପଞ୍ଚାମୃତ ଓ ସୁବାଷିତ ଜଳରେ ସ୍ନାନ କରିଥିଲେ। ନୂତନ ବସ୍ତ୍ର, ଫୁଲ ହାର, ତୁଳସୀ ହାର ଲାଗି କରାଯାଇଥିଲା। ଶେଷରେ ଚନ୍ଦନ ବେଶ ଅନୁଷ୍ଠିତ ହେଇଥିଲା। ବଳରାମ, ସୁଭଦ୍ରା ଓ କୃଷ୍ଣଙ୍କୁ ସୁନା ବେଶ ଏବଂ ଜଗନ୍ନାଥ ଙ୍କୁ ରୂପା ବେଶ କରାଯାଇଥିଲା। ବଲ୍ଲଭ ଭୋଗ ଲାଗି ହୋଇଯାଇଥିଲା। ଠାକୁରଙ୍କ ସକାଳ ଧୂପ , ମଧ୍ୟାହ୍ନ ଧୂପ, ରାତ୍ର ଧୂପ ସନ୍ଧ୍ୟା ବେଳେ ଲାଗି ହେବ। ରାତ୍ର ସମୟରେ ଅଣସର ପିଣ୍ଡି କୁ ବିଜେ କରିବେ। ପୂଜକ ମଳୟ କର, ମନ ସୁମନ ମିଶ୍ର,ସିବଶ୍ଚ ମିଶ୍ର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, ବାବାଜି ମହାପାତ୍ର, କାହାଳିଆ ଟିକନ ବେହେରା , ଉଜିଲ୍ଲାପାଳ ପଦ୍ମ ଲତା ସାହୁ , ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମନ୍ ତ୍ରୀପାଠୀ ଏବଂ ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ଜ୍ୟେଷ୍ଠ ମାସର ଦେବସ୍ନାନ ନୀତି ପାଳିତ ହୋଇଥଲା।