ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

କୁଜଙ୍ଗ / ତାଳଦଣ୍ଡା, 29/06/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
କୋଟି ଓଡ଼ିଆ ର ମଉଡମଣି ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଜି ଦେବସ୍ନାନ ପୂର୍ଣ୍ଣିମା ବା ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବ୍ରହ୍ମ ଜଗନ୍ନାଥ ମିଶନ କୁଜଙ୍ଗ ବ୍ଲକ ଜଗନ୍ନାଥ ପୀଠ ଠାକୁର ବାଟି ତାଳଦଣ୍ଡା ପ୍ରଭୁ ଜଗନ୍ନାଥଙ୍କ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା। ଆଉ ଏହାପରେ ମହାପ୍ରଭୁ କୁଞ୍ଜବୀହାରି ଜଗନ୍ନାଥ ଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା ଏହି ୧୦୮ ଗରା ଜଳରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ଆଦି ମିଶ୍ରତ କରାଯାଇ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା ଏହି ଅବସରରେ ମନ୍ଦିର ପରିସରରେ ମହାପ୍ରଭୁଙ୍କ ପାଖରେ ଭଜନ ପରିବେଷଣ କରାଯାଇଥିଲା ତା ସହ ସ୍ନାନ ପୂର୍ଣ୍ଣିମା ରେ ମହାପ୍ରଭୁ କୁଞ୍ଜବୀହାରି ଠାକୁରଙ୍କୁ ଗଜାନନ ବେଶରେ ଦର୍ଶନ କରିବା ପାଇଁ ସ୍ଥାନୀୟ ଅଞ୍ଚଳ ଲୋକମାନଙ୍କ ସମେତ ଜଗତସିଂହପୁର ଜିଲ୍ଲାର ବହୁ ଜାଗାରୁ ଭକ୍ତ ମାନଙ୍କ ଛୁଅ ଛୁଟିଥିଲା।
5