ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ୍ ସ୍ତରୀୟ ବିକାଶ ଧାରା ଓଡ଼ିଶା ସାରା,ଓଡ଼ିଶା ସରକାରଙ୍କ ଜାତି ଜନଜାତି ସମ୍ବାଦ ବୈଠକ କାର୍ଯ୍ୟକ୍ରମ ।

କୁଜଙ୍ଗ , 29/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କୁଜଙ୍ଗ ବ୍ଲକ ତରଫରୁ ଓଡ଼ିଶା ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ଜାତି ଜନଜାତି ସମ୍ବାଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୁଜଙ୍ଗ ପଞ୍ଚାୟତର ଅଧ୍ୟକ୍ଷା ଶ୍ରୀମତୀ ନିନାରାଣୀ ସାହୁ ଏବଂ ଡେପୁଟି ଡିରେକ୍ଟର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ପବିତ୍ର ମୋହନ ପ୍ରଧାନ ,କୁଜଙ୍ଗ ମାଟିର ପୁଅ ମାନ୍ୟବର ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ କୁଜଙ୍ଗ ବ୍ଲକର ପ୍ରତିନିଧି ଦିଲ୍ଲୀପ କୁମାର୍ ବେହେରାଙ୍କ ସହିତ ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ବେହେରା ,ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦୀପକ ପ୍ରସାଦ ସ୍ୱାଇଁ ,ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ଜେନା ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶ୍ରୀ ସଙ୍ଗୀତା ବଡୁ ଆଦି ଅତିଥି ମାନଙ୍କ ହସ୍ତ ରେ ପ୍ରଦୀପ ପ୍ରଜ୍ଜୋଳନ ହୋଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ମଞ୍ଚ ରେ ଉପସ୍ଥିତ ରହିଥିବା ଅତିଥି ମାନଙ୍କ ଠାରୁ ଆସିଥିବା ଅନୁସୂଚିତ ଜାତି ,ଜନଜାତି ଲୋକେ ସରକାରଙ୍କ ଦ୍ୱାରା ପରିପ୍ରେକ୍ଷୀତ ବିଭିନ୍ନ ପ୍ରକାର ର ଯୋଜନା ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ସରକାରଙ୍କ ଅବଦାନ ବିଷୟରେ ବୁଝାଇଥିଲେ । ପରିଶେଷ ରେ ଆସିଥିବା ସମସ୍ତ ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମ୍ୟାଜିକ ସୋ ଉପଭୋଗ କରି ବ୍ଲକ ରେ ଆୟୋଜିତ ହୋଇଥିବା ଖାଦ୍ୟଖାଇ ଆନନ୍ଦରେ ଫେରିଥିଲେ ।
Article Image
Article Image
8