ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାମ୍ୟବାଦୀ ନେତା ଶଶୀଭୁଷଣ ସ୍ୱାଇଁ ଙ୍କ ୭୫ତମ ଜନ୍ମ ଦିନ ପାଳନ।

ଏରସମା, 30/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବରିଷ୍ଠ ନାଗରିକ ମଞ୍ଚ ଆହ୍ୱାନ କ୍ରମେ ଅଖିଳ ଭାରତୀୟ କୃଷକ ସଙ୍ଘର ରାଜ୍ୟ ସଭାପତି ତଥା ବିଶିଷ୍ଟ ସାମ୍ୟବାଦୀ ନେତା କମ୍ରେଡ ଶଶୀ ଭୂଷଣ ସ୍ୱାଇଁଙ୍କ ୭୫ ତମ ଜନ୍ମ ବାର୍ଷିକ,ବରିଷ୍ଟ ଆଇନଜୀବୀ ଡ଼ଃ ବୀର ନାରାୟଣ ପାତ୍ରଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ନାଗରିକ ମାନେ ସବୁ ସ୍ତରରେ ନିର୍ଯ୍ୟାତିତ, ଅବହେଳିତ ଓ ପ୍ରପୀଡ଼ିତ ହେଉଥିବା ବେଳେ ଭାରତ ବର୍ଷ ପାଇଁ ବରିଷ୍ଠ ନାଗରିକ ମାନଙ୍କର ଅବଦାନ ବିଶେଷକରି ଦଳିତମାନଙ୍କର ଅଧିକାର ଓ ସୁରକ୍ଷା ସହିତ ଯେଉଁ ସାଲିସ ବିହୀନ ସଂଗ୍ରାମ କରିଛନ୍ତି ତାହା ଇତିହାସ ପୃଷ୍ଠାରେ ସ୍ୱର୍ଣlକ୍ଷରରେ ଲିପି ବଦ୍ଧ ହୋଇ ରହିବ ବୋଲି ବରିଷ୍ଠ ନାଗରିକ ମଞ୍ଚର ସଭାପତି ରବୀଦାସ ଗୁରୁତ୍ୱ ଆରୋପ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଡ଼ଃ ସଞ୍ଜୟ ବିଶ୍ୱାଳ ଏରସମାର ଉନ୍ନତି ପାଇଁ କମ୍ରେଡ ସ୍ୱାଇଁଙ୍କର ଅବଦାନ ଅତୁଳନୀୟ ବୋଲି ଆଲୋଚନା କରିଥିଲା ବେଳେ ସମାଜ ସେବୀ ପ୍ରଶାନ୍ତ କୁମାର ସେଠୀ ଶ୍ରୀଯୁକ୍ତ ସ୍ୱାଇଁଙ୍କ ସାମ୍ୟବାଦୀ ନେତୃତ୍ୱର ସଂଘର୍ଷମୟ ଜୀବନର ବହୁମୁଖୀ ପ୍ରତିଭା ଓ ସାଙ୍ଗଠନିକ ଚିନ୍ତାଧାରା ସାମାଜିକ ଉତଥାନର ବିଶିଷ୍ଟ ଦିଗ ବୋଲି ଅଭିହିତ କରିଥିଲେ। ପୂଜ୍ୟ ପୂଜା ସଂସଦ ଅଧକ୍ଷ୍ୟ ଯଯାତି କେଶରୀ ସାମନ୍ତରାୟ ଶ୍ରୀଯୁକ୍ତ ସ୍ୱାଇଁଙ୍କ ସଂଗ୍ରାମୀ ଜୀବନ ଉପରେ ଆଲୋକପାତ କରିବାସହ ତାଙ୍କଉପରେ ଏକ ପୁସ୍ତକ ପ୍ରକାଶ କରିବା ପାଇଁ ମତ ବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ଲେଙ୍କା, ସାମ୍ବାଦିକ ଅରୁଣ ବେହେରାଙ୍କ,ଏରସମା ବରିଷ୍ଠ ନାଗରିକ ମଞ୍ଚର ଅରୂପାନନ୍ଦ ସ୍ୱାଇଁ, ଶଙ୍କର ପରିଡା, ଇଞ୍ଜିନିଅର ଦୁର୍ଯ୍ୟୋଧନ ସେଠୀ,ମନୋଜ ପାତ୍ର, ରମେଶ ଜେନା, ରାଜକିଶୋର ଜେନା , ଭରତ ସ୍ୱାଇଁ, ସତ୍ୟାନନ୍ଦ ଭଲ, ମଦନ ମୋହନ ମୁଦୁଲି, କୈଳାଶ ପ୍ରଧାନ, ଶରତ ମୁଦୁଲି, ଶଙ୍କର ମଣ୍ଡଳ, ଶଙ୍କର୍ଷଣ ପରିଡା, ଲୋକନାଥ ମହାନ୍ତି, ଶିବ ଚରଣ ରାଉତ, ମହେଶ୍ୱର ସ୍ୱାଇଁ, ନରେନ୍ଦ୍ର କୁମାର ସ୍ୱାଇଁ ତୃପ୍ତି ରଞ୍ଜନ ମହାନ୍ତି, ରଞ୍ଜନ ଜେନା, ଲକ୍ଷ୍ମୀ ପ୍ରିୟା ଜେନା ପ୍ରଭୃତି ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ସାଥୀ ଶଶୀ ଭୂଷଣ ସ୍ୱାଇଁଙ୍କ ଜୀବନୀ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ତିନି ଝିଅ ଜ୍ୱାଇଁ, ପୁତ୍ର ଓ ପୁତ୍ର ବଧୂ ଙ୍କୁ ଭୁୟସୀ ପ୍ରଶଂସା କରି ବରିଷ୍ଠ ନାଗରିକ ମାନଙ୍କୁ ଉଦ୍ଦୀପିତ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।
4