ଯାଜପୁର, 01/07/2026, ଉତ୍କଳ voice news - utkalvoicenews.com(ଉମାକାନ୍ତ ବେହେରା ଙ୍କ ରିପୋର୍ଟ)
ବଡଚଣା ନିର୍ବାଚନ ମଣ୍ଡଳୀର ୨୦୬ ବୁଥରେ ସ୍ୱତନ୍ତ୍ର ସଂଘନ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତାପାର୍ଟି ପକ୍ଷରୁ ନିଯୁକ୍ତ ସମସ୍ତ ବି,ଏଲ,ଓ ୨ ମାନଙ୍କ ଏକ ବୈଠକ ଚଣ୍ଡିଖୋଲ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପସ୍ଥିତ ସମସ୍ତ ବି,ଏଲ,ଓ ୨ ମାନଙ୍କୁ ସ୍ୱତନ୍ତ୍ର ସଂଘନ ରାଜ୍ୟ ସଂଯୋଜକ ଶୁକେସୀ ଓରାମ,ବିଧାୟକ ଅମର କୁମାର ନାୟକ ଓ ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ ଯୋଗଦେଇ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ବୈଠକରେ ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ଜେନା,ସମ୍ପାଦକ ବିକାଶ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ମୀନତୀ ସେନାପତି,ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ମାନସ ରଞ୍ଜନ ରାଉତରାୟ,ବିଶ୍ଵଜିତ ସାମଲ, ଅଶୋକ କୁମାର ସିଂ ପ୍ରମୁଖ ଯୋଗଦେଇ ସମସ୍ତ ବି,ଏଲ,ଓ ୨ ମାନଙ୍କୁ ଉତ୍ସାହିତ କରିଥିଲେ।