ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଞ୍ଚଳିକ ଉଚ୍ଚ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କଟକ, 01/07/2026, ଉତ୍କଳ voice news - utkalvoicenews.com( ସୁବ୍ରତ କୁମାର ମହାନ୍ତି ଙ୍କ ରିପୋର୍ଟ ) :
Article Image
ମାହାଙ୍ଗା ବ୍ଲକ ଆଞ୍ଚଳିକ ଉଚ୍ଚ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗଗନ ଚନ୍ଦ୍ର ବାରିକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ। ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଚକ୍ରଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପ୍ରତିଷ୍ଠାତା ଶିକ୍ଷାବିତ୍ ଡକ୍ଟର ଭିକାରୀ ଚରଣ ସାମଲ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢିବା ସହିତ ଶାରୀରିକ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ କେଦାରନାଥ ଷଡ଼ଙ୍ଗୀ,କଳିଙ୍ଗ କେଶରୀ ମହାନ୍ତି,,ମୁଖ୍ୟ ବକ୍ତା ବିନୋଦ ମିଶ୍ର,ଅନିରୁଦ୍ଧ ଦାସ,କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ,ଅକ୍ଷୟ ସ୍ୱାଇଁ ଯୋଗ ଦେଇ ଅବସର ନେଇଥିବା ପ୍ରଧାନଶିକ୍ଷକ ଗଗନ ବାରିକ ଙ୍କ କାର୍ଯ୍ୟଦକ୍ଷତା ସହିତ କିପରି ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ କରୁଥିଲେ ସେ ବିଷୟରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅରବିନ୍ଦ ମହାନ୍ତି,ଏକାଦଶୀ ନାୟକ,ବଂଶୀଧର ଦାଶ,ରମାକାନ୍ତ ସାହୁ,ଭରତ ଚନ୍ଦ୍ର କରଣ,ଅଶୋକ କୁମାର ମହାନ୍ତି,ବାମଦେବ ସ୍ବାଇଁ,ସଦୀପ୍ତ ସାହୁ,ଶିକ୍ଷକ ସୁବାସ ଚନ୍ଦ୍ର ସ୍ୱାଇଁ,ପରୀକ୍ଷିତ ମହାନ୍ତି,ସନାତନ ନାୟକ,ଉମାକାନ୍ତ ମହାନ୍ତି,ବିଭୂତି ଭୂଷଣ ସାହାଣୀ,ସେକ ସାମସୁଲ ଆରେଫିନ ଙ୍କ ସମେତ ଛାତ୍ର ଛାତ୍ରୀ,ଅଭିଭାବକ ଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।ଶିକ୍ଷକ ଶ୍ରୀଯୁକ୍ତ ନଟବର ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
8