ଏରସମା, 01/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ପୂର୍ବତନ ଓଡ଼ିଆ ଆଇଏଏସ୍ ଅଧିକାରୀ ସୁଜାତା ରାଉତ ବିଜୁଜନତା ଦଳର ଦଳୀୟ ସଦସ୍ୟତା ଗ୍ରହଣ କରିଥିବାରୁ ସୁଜାତାଙ୍କ ଏହି ଯୋଗଦାନକୁ ଏରସମା ବିଜେଡି ନେତା ବିକ୍ରମ ମହାନ୍ତି ସ୍ୱାଗତ କରିଛନ୍ତି।ସେ କହିଛନ୍ତି ଯେ ଶ୍ରୀମତୀ ରାଉତଙ୍କ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ବିଜେଡି ସଂଗଠନକୁ ଆହୁରି ମଜବୁତ କରିବାରେ ବେଶ୍ ସହାୟକ ହେବ।ଏକ ନୂତନ ଆଶା ଓ ବିଶ୍ୱାସ ସେ ରାଜନୀତିରେ ପ୍ରବେଶ କରିଥିବାରୁ ବିଜେଡି ନେତା ବିକ୍ରମ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସରକାରଙ୍କ ମହିଳା ବିରୋଧୀ ନୀତି ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବା ସହ ତାଙ୍କ ଯୋଗଦାନ ଦ୍ଵାରା ରାଜ୍ୟ ତଥା ଦେଶର ମହିଳା ମାନଙ୍କ ସ୍ୱର ଆହୁରି ଶକ୍ତ ଓ ସୁଦୃଢ଼ ହେବ ବୋଲି ଏରସମା ବିଜେଡି ନେତା ବିକ୍ରମ ମହାନ୍ତି ଆଶା ପ୍ରକାଶ କରିଛନ୍ତି।