ଜଗତସିଂହପୁରରୁ / ବିରିଡି, 01/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁରରୁ ରୀତା ସାହୁ ) :
ବିଡିଓ ଙ୍କ ସହ ଆଲୋଚନା କଲେ ବିଭିନ୍ନ ପଂଚାୟତ ର ସରପଞ୍ଚ
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧୀନରେ ଥିବା ବିଭିନ୍ନ ପଂଚାୟତ ରେ ବିକଶିତ ଗାଁ, ବିକଶିତ ଓଡ଼ିଶା (BGBO) ଓ ଆବାସ ଯୋଜନା ରେ ହିତାଧିକାରୀ ଚୟନ ଓ କାର୍ଯ୍ୟାଦେଶ ବଣ୍ଟନ ରେ କିଛିଟା ତ୍ରୁଟି ଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ବ୍ଲକର ଉତ୍ତରଶାସନ, ଦରଡାପାରି, ଶଂଖପୁର, ଅଲାଣ୍ଡ, ବତିମୀରା, ବୁଢ଼ାପଡା, କୁଳ କାଇଜଙ୍ଗା ଓ ଶଢ଼େଇ ପଂଚାୟତ ଜନ ପ୍ରତିନିଧି ସରପଞ୍ଚ ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଆସି ବିରିଡି ବ୍ଲକ ବିଡିଓ ଙ୍କ ସହିତ ଆଲୋଚନା କରିଥିଲେ । ତେବେ ଆଲୋଚନା ସକରାତ୍ମକ ହୋଇ ଥିବା ବେଳେ ସାତ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ସମାଧାନ ହେବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ । ତେବେ ବିଡିଓ ଙ୍କ ସହ ଆଲୋଚନା ପରେ ସରପଞ୍ଚ ମାନେ ମଧ୍ୟ ବିଡିଓ ଉପରେ ଭରସା ରଖି ସାତ ଦିନ ଅପେକ୍ଷା କରିବା ସହିତ ସରକାର ଙ୍କ ଜନହିତକର ଯୋଜନା କିପରି ସାଧାରଣ ଲୋକ ଙ୍କ ନିକଟରେ ପହଁଚିବ ସେନେଇ ସମ୍ପୂର୍ଣ୍ଣ ଆଲୋଚନା କରାଯାଇଥିଲା ।