ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା' ତାରିଣୀ ହେଲ୍ପିଂ ହ୍ୟାଣ୍ଡସ୍ ତରଫରୁ ହୃଦଘାତ ରୋଗରେ ପୀଡିତ କୁମର ପରିଡ଼ାଙ୍କୁ ଆର୍ଥିକ ସହାୟତା

ଭୁତମୁଣ୍ଡାଇ, 16/02/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଭୁତମୁଣ୍ଡାଇ ପଞ୍ଚାୟତ ଅନ୍ତର୍ଗତ ଜଗତି ଗ୍ରାମର ହୃଦଘାତ ରୋଗରେ ପୀଡିତ କୁମର ପରିଡ଼ାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲ୍ପିଂ ହ୍ୟାଣ୍ଡସ୍ | ସୂଚନା ଯୋଗ୍ୟ କି, କୁମର ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି | ସେ ହୃଦଘାତ ରୋଗର ଶୀକାର ହୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରି ଏବେ ଘରେ ଚିକିସ୍ଥାରତ |ବାପା ଜଣେ ପକ୍ଷାଘାତ ରୋଗୀ। ପାଖରେ ଯାହା ଅର୍ଥ ଥିଲା ସବୁ ଖର୍ଚ୍ଚ ସାରିଲାଣି | ବର୍ତ୍ତମାନ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଅଭାବନୀୟ ଖବର ପାଇ ମା' ତାରିଣୀ ହେଲ୍ପିଂ ହ୍ୟାଣ୍ଡସ୍ ର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ସଂଯୋଜକ ମାନସ କୁମାର ମଲ୍ଲିକ, ବରିଷ୍ଠ ସଦସ୍ୟ ଜ୍ୟୋତି ରଞ୍ଜନ ସ୍ବାଇଁ, ଜୀବନଜ୍ୟୋତି ଜୟସିଂ, ହରେକୃଷ୍ଣ ବେହେରା, ସତ୍ୟବ୍ରତ ଦାସ ଏବଂ ସମ୍ବିତ ଦାସ ପ୍ରମୁଖ କୁମରଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର (୧୦୦୦୦/-) ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ କୁମର ଏବଂ ତାଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
1