ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏନ୍ଏସି କର୍ମଚାରୀ ଜଗଦୀଶ ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୁଗୁଡ଼ା, 01/07/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଅବସରପ୍ରାପ୍ତ କର୍ମଚାରୀ ଜଗଦୀଶ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନଏସି କର୍ମଚାରୀ ସଂଘ ସଭାପତି ଭଗବାନ ସାହୁଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗରପାଳ ଚିତ୍ରସେନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ନଗର ବିଜେପି ସଭାପତି କେଦାର ନାଥ ମହାରଣା ଓ ବିଧାୟକ ପ୍ରତିନିଧି ଯଜ୍ଞ ନାରାୟଣ ପାତ୍ର ଯୋଗ ଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ସୁଖମୟ ଜୀବନ କାମନା କରିଥିଲେ। ଏ ଅବସରରେ ଅବସରପ୍ରାପ୍ତ କର୍ମଚାରୀ ଜଗଦୀଶ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏଥି ସହ ଏନ୍ଏସି କାର୍ଯ୍ୟାଳୟରେ ଦୀର୍ଘ ୩୫ ବର୍ଷ କାଳ ନିଷ୍ଠାର ସହ କାର୍ଯ୍ୟକରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିବା ଜଗଦୀଶଙ୍କ ସୁଗୁଣ ସମ୍ପର୍କେ ଅନ୍ୟ କର୍ମଚାରୀମାନେ ବକ୍ତବ୍ଯ ରଖିବା ସହ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ।
15