ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୩୦ ବର୍ଷର ଆଦର୍ଶ ଶିକ୍ଷକଙ୍କୁ ଅଶ୍ରୁଳ ବିଦାୟ, ପଞ୍ଚସଖା ବିଦ୍ୟାଳୟରେ ସମ୍ବର୍ଦ୍ଧନା

ଜଗତସିଂହପୁର, 02/07/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ) : ଦୀର୍ଘ ପ୍ରାୟ ତିନି ଦଶନ୍ଧି ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠା, ସମର୍ପଣ ଓ ଆଦର୍ଶର ସହ କାର୍ଯ୍ୟ କରି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଥିବା ବିଶିଷ୍ଟ ଗଣିତ ଶିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସର ଉପଲକ୍ଷେ ପଞ୍ଚସଖା ଉଚ୍ଚ ବିଦ୍ୟାଳୟ, ମହମଦାବାଦ ପରିସରରେ ଏକ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଗ୍ରାମବାସୀ ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ସଭାଟି ଅତ୍ୟନ୍ତ ଭାବବିହ୍ୱଳ ପରିବେଶରେ ସମ୍ପନ୍ନ ହୋଇଥିଲା।
Article Image
୨୯ ଜୁନ ୧୯୬୬ ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାପାତ୍ର ଏମ୍‌.ଏସ୍‌.ସି. (ଗଣିତ) ଓ ବି.ଏଡ୍‌. ଶିକ୍ଷାଗତ ଯୋଗ୍ୟତା ହାସଲ କରି ୭ ଅଗଷ୍ଟ ୧୯୮୯ରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ସେ ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ, କନୀମୂଳ, ହଜିସେକ ସରକାରୀ ଉଚ୍ଚ ବିଦ୍ୟାଳୟ, କୃଷ୍ଣାନନ୍ଦପୁର , ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ, ମହମଦାବାଦ ଏବଂ ଶେଷରେ ସରକାରୀ ଉଚ୍ଚ ବିଦ୍ୟାଳୟ, ବିଷନପୁରରେ ଅତିରିକ୍ତ ପରିଚାଳନା ଦାୟିତ୍ୱ ସଫଳତାର ସହ କାର୍ଯ୍ୟ କରି ୩୦ ଜୁନ ୨୦୨୬ରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ସମ୍ବର୍ଦ୍ଧନା ସଭାରେ ଆଲୁମିନି ସଭାପତି ସନ୍ତୋଷ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ରଙ୍କ କର୍ମନିଷ୍ଠା, ଶିକ୍ଷା ପ୍ରତି ଅବଦାନ ଓ ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହପୂର୍ଣ୍ଣ ବ୍ୟବହାରର ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧିକାରୀ ସୂର୍ଯ୍ୟରଞ୍ଜନ ଦାସ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ପବିତ୍ର କୁମାର କର, ବାଇଧର ତ୍ରିପାଠୀ, ସରପଞ୍ଚ ଅଶୋକ କୁମାର ନାୟକ ପ୍ରମୁଖ ଯୋଗଦେଇ ତାଙ୍କର ଉଜ୍ଜ୍ୱଳ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବାୟା ଅବଧୂତ ବିଦ୍ୟାଳୟ, କନୀମୂଳର ଶିକ୍ଷକ ପ୍ରଦୀପ୍ତ କରଶର୍ମା, ଦେବେନ୍ଦ୍ରନାଥ ମହାନ୍ତି, ସଂଯୁକ୍ତା ପତି, ରଶ୍ମିରଞ୍ଜନ ଦାସ, ଅର୍ଜୁନ ଚରଣ ସିଂହ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଦର୍ଶ ଜୀବନରୁ ଶିକ୍ଷା ନେବାକୁ ଆହ୍ୱାନ ଦେଇଥିଲେ। ସଭାକୁ ବସନ୍ତ ଓଝା, ଶ୍ରୀଧର ସେଠୀ, ପ୍ରୀତିମଞ୍ଜରୀ ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ନାୟକ, ଜୟସନ ଧଳବେହେରା, ମୋନିକା ସ୍ୱାଇଁ, ଜଗନ୍ନାଥ ପ୍ରସାଦ ଦାସ ଓ ସରସ୍ୱତୀ ନନ୍ଦ ସଫଳତାର ସହ ପରିଚାଳନା କରିଥିଲେ। ଏହାଛଡ଼ା ବିଷନପୁର ଉଚ୍ଚ ବିଦ୍ୟାଳୟର ସାଗରସନ ବେହେରା, ସେକ ଅବଦୁଲ ଭଟୁ , ବିଜୟ କୁମାର ଦାସ ଓ ଅନ୍ୟାନ୍ୟ ଶିକ୍ଷକବୃନ୍ଦ ଏବଂ ତିର୍ତ୍ତୋଲ ଅଞ୍ଚଳର ପ୍ରଧାନଶିକ୍ଷକ ସମୀର କୁମାର ପଟନାୟକ,ରମେଶ ଚନ୍ଦ୍ର ସାମଲ , ପ୍ରତାପ ସେଠି, ଧନେଶ୍ୱର ସାହୁ, ଅନସୂୟା ସାହୁ, ମୁରଲୀଧର ରାଉତ ଓ ଗ୍ରାମବାସୀ, ପୂର୍ବତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ବକ୍ତାମାନେ କହିଥିଲେ, ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କେବଳ ଜଣେ ଦକ୍ଷ ଗଣିତ ଶିକ୍ଷକ ନୁହେଁ, ବରଂ ଜଣେ ଆଦର୍ଶ ଗୁରୁ ଭାବେ ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିବାରେ ଅମୂଲ୍ୟ ଅବଦାନ ରଖିଛନ୍ତି। ତାଙ୍କର ସରଳତା, କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ଶିକ୍ଷା ପ୍ରତି ଅକୁଣ୍ଠ ସମର୍ପଣ ସଦା ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଶେଷରେ ସମସ୍ତେ ତାଙ୍କର ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଅବସର ଜୀବନ କାମନା କରିଥିଲେ।
6