ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନ ମହୋତ୍ସବ ସପ୍ତାହ ପାଳନ

ଏରସମା, 02/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ଫରେଷ୍ଟ ପକ୍ଷରୁ ବନାପାଟ ଠାରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଆଜିର ବୈଠକରେ ସେକ୍ସନ ଫରେଷ୍ଟର ପ୍ରକାଶ ଦାସ, ନୂଆଗାଁ ଫରେଷ୍ଟର ସୋରାଷ୍ଟ ମହାପାତ୍ର, ଫରେଷ୍ଟ ଗାର୍ଡ ଅନିରୁଧ ଜେନା, ଅଜୟ ମାଝି, ପ୍ରଦୀପ ଦାସ, ଅତିଶ କୁମାର ସ୍ୱାଇଁ, ସାରଦା ବାରିକ ଯୋଗଦେଇ ବନ ମହୋତ୍ସବ ସପ୍ତାହରେ ପରିବେଶକୁ କିପରି ସୁରକ୍ଷିତ ରଖାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ବ୍ୟାପକ ଜଙ୍ଗଲ କିପରି ସୃଷ୍ଟି ହେବ ଓ ବନ୍ୟପ୍ରାଣୀ କିପରି ସୁରକ୍ଷିତ ରହିବେ ସେ ଦିଗରେ ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ ବୁଝାଇଥିଲେ।ଏରସମା ବ୍ଲକର ଢିଙ୍କିଆ, ଗଡ଼କୁଜଙ୍ଗ, ନୂଆଗାଁ,ବାମଦେଇପୁର, ବାଲିତୁଠ,ଚଟୁଆ, ବଳେଇପୁରୁ ଆଦି ପଂଚାୟତରେ ଲିମ୍ବ, ଝାଉଁ, ଜାମୁ, ଆକାଶିଆ ବେଲଜିଅମ ଆଦି ଗଛ ବଣ୍ଟନ ହୋଇଥିଲା l ଅଧୁନା ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ଗଛ ଲଗାଇବା ଜରୁରୀ ହୋଇ ପଡିଛି l ସରକାରଙ୍କ ପକ୍ଷରୁ ମାଗଣା ଗଛ ବଣ୍ଟନ କରାଯାଇଛି l ପ୍ରତି ପଂଚାୟତରେ ଲୋକମାନେ ନିଜ ବାଡ଼ିରେ ଗଛ ଲଗାଇ ପରିବେଶକୁ ବଞ୍ଚାଇବା ଉଚିତ। ଆଗାମୀ ଦିନରେ ପ୍ରତି ପଂଚାୟତରେ ମାଗଣା ଗଛ ବଣ୍ଟନ କରାଯିବ ବୋଲି ଫରେଷ୍ଟର ଶ୍ରୀ ଦାସ ସୂଚନା ଦେଇଛନ୍ତି।
Article Image
24