ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାନୁଦେବ ବିଶ୍ୱାଳଙ୍କୁ ନବଦିଶା ଶ୍ରେଷ୍ଠ ଲେଖକ ସମ୍ମାନ

ଏରସମା, 02/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ପଞ୍ଚାୟତର କେଉଟପାଳ ଗ୍ରାମରେ ଜନ୍ମିତ ଓଡ଼ିଆ ଭାଷା ସାହିତ୍ୟର ଆଗଧାଡିର ଜଣେ କବି ଭାନୁଦେବ ବିଶ୍ୱାଳଙ୍କୁ ନବଦିଶା ଶ୍ରେଷ୍ଠ ଲେଖକ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ବିଜ୍ଞାନର ମୁଖପତ୍ର କାୟାକଳ୍ପ, ବାସନ୍ଦରା ତରଫରୁ ପୁସ୍ତକ ଲୋକାର୍ପଣ ସମାରୋହ କଟକ ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ଶ୍ରୀ ବିଶ୍ୱାଳଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ବିଶ୍ୱାଳଙ୍କ ଦ୍ୱାରା ବିଭିନ୍ନ ପୁସ୍ତକ ମଲ୍ଲି ମଲ୍ହାର, ମା ପରି ମା ଟିଏ, ଓ ବିଭିନ୍ନ କବିତା, ପ୍ରବନ୍ଧ ଲେଖି ସେ ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ଜ୍ୟୋତ୍ସ୍ନାରାଣୀ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଶାସନିକ ଅଧିକାରୀ ଗୋପବନ୍ଧୁ ମଲ୍ଲିକ, ଡକ୍ଟର ପ୍ରଭାତ ରଞ୍ଜନ ବେଉରିଆ, ଡକ୍ଟର ରେଖା ପଣ୍ଡା, ଡକ୍ଟର ସୁରେନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବିଶ୍ୱାଳଙ୍କୁ ତାଙ୍କର କୃତି ପାଇଁ ତାଙ୍କୁ ଚଳିତ ବର୍ଷର ନବ ଦିଶା ଶ୍ରେଷ୍ଠ ଲେଖକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶ୍ରୀ ବିଶ୍ୱାଳ ଙ୍କ ଏହି ସମ୍ବର୍ଦ୍ଧିତ ପାଇଁ ବିଭିନ୍ନ ମହଲର ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
18