ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଳକୀ ସେନାବାହିନୀର ସନାତନୀ ଆଳତି ଓ ଗହଣଦଳ ପକ୍ଷରୁ ବ୍ରହ୍ମ ଏକାକ୍ଷର ମେଳା

ବୁଗୁଡ଼ା, 16/02/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) :
Article Image
ମହାନ ସନାତନ ଧର୍ମ ର ପଚାର ପ୍ରସାର ସାଙ୍ଗକୁ ଜୀବ ମୁକ୍ତି ଓ ମାନବ ଜୀବନ ଦର୍ଶନର ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରାଚୀନ ଆଠଗଡ଼ ରାଜ୍ୟର ଜିଲୁଣ୍ଡା ସ୍ଥିତ ମହାଲିଙ୍ଗେଶ୍ବର ମନ୍ଦିର ପରିସରରେ ଗଞ୍ଜା-ବ୍ରହ୍ମପୁର ମଣ୍ତଳର କଳକୀ ସେନାବାହିନୀ ପକ୍ଷରୁ ସର୍ଦ୍ଦାର ଲିଙ୍ଗରାଜ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବ୍ରହ୍ମ ଏକାକ୍ଷର ମେଳା ଓ ସନାତନୀ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ମହାଲିଙ୍ଗେଶ୍ବର ଶୈବପିଠରେ ଏକାକ୍ଷର ଯନ୍ତ୍ର ସ୍ଥାପନ ପୁର୍ବକ ମେଳା ବହି ପଠନ କରାଯାଇ ଶ୍ରୀ ଜଗନ୍ନାଥ ତତ୍ତ୍ବ ସମ୍ପର୍କରେ ଆଲୋଚନା ହୋଇଥିଲା।ପ୍ରାରମ୍ଭରେ ବୁଗୁଡ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରବଚନ ପ୍ରଦାନ ଦାତା ଭାବେ ପଣ୍ଡିତ ଅନନ୍ତ କର, ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, କବି ସୌଦାମିନୀ ମିଶ୍ର, କବି ନନ୍ଦ କିଶୋର ପ୍ରଧାନ, ଗୁରୁ ବନବାସୀ ମହାରଣା, ବିରଞ୍ଚି ନାରାୟଣ ବେହରା, ପର୍ଶୁରାମ ପ୍ରଧାନ, ଖଲି ଗୌଡ, ଗଦେଇ ଜେନା, ସୁବାସ ଚନ୍ଦ୍ର ଚୌଧୁରୀ, ଗୁରୁମା ଝୁନୁ ଦାସ, ରୁନୁ ବିଷୋୟୀ, ସୁକାନ୍ତି ମହାନ୍ତି ପ୍ରମୁଖ ପ୍ରବଚନ ପ୍ରଦାନ କରିଥିଲେ। କର୍ମକର୍ତ୍ତା ସୁରେନ୍ଦ୍ର ନାଥ ସାହୁ, ହରିହର ସ୍ବାଇଁ, ଧୋବା ଅଚାରୀ, ବିରଞ୍ଚି ବେହରା, ରାଜେନ୍ଦ୍ର ବିଷୋୟୀ, ଭୀମସେନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ଏହିଭଳି ଏକ ସଂଗଠନ ମାଳିକା ବର୍ତ୍ତିତ ଅଷ୍ଟସନ୍ତୁ ପିଠର ମାହାତ୍ମ୍ୟ ବର୍ଣ୍ଣନାକୁ ପ୍ରଶଂସା କରାଯାଇ ଥିଲା ।
1