ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କିରିଆମ୍ବା ଜଙ୍ଗଲ ରାମ ପାଦ ଠାରେ ଗୋପାଳପୁର ପୋଲିସର ସିନ ରିକ୍ରିଏସନ

ବୁଗୁଡ଼ା, 02/07/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବହୁ ଚର୍ଚିତ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଉ ଦୁଇ ଅଭିଯୁକ୍ତକୁ ବୁଗୁଡ଼ା ନିକଟ କିରିଆମ୍ବା ଜଙ୍ଗଲ ରାମ ପାଦ ଠାରେ ଦୁଇ ଦିନିଆ ରିମାଣ୍ଡରେ ଆଣି ଘଟଣା ସ୍ଥଳ ରେ ସିନ ରିକ୍ରିଏସନ କଲା ପୁଲିସ।ଗୁଜୁରାତର ସରୋଜ ପଣ୍ଡା,ଏବଂ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ କୁ ଆଜି ଗୋପାଳପୁର ପୁଲିସର ଏକ ଟିମ କୋର୍ଟ ନିର୍ଦ୍ଧେଶ ପ୍ରକାରେ ରିମାଣ୍ଡରେ ଆଣି ଘଟଣା ସ୍ଥଳ କୁ ନେଇ ସିନ ରିକ୍ରିଏସନ କରାଇଛି। ପୁର୍ବ ରୁ ଏହି ଦୁଇ ଜଣ ଅଭିଯୁକ୍ତ କୁ ଏନକାଉଣ୍ଟର କରି ପୋଲିସ କାବୁ କରିଥିବା ବେଳେ ହତ୍ଯାକାଣ୍ଡ ପଛର ଗୋଟି ଗୋଟି କରି ତଥ୍ଯ ସଂଗ୍ରହ କରିବା ସହ ଘଟଣାରେ ଭିଡିଓ କଲ ପାଇଁ ବ୍ୟବହୃତ ମୋବାଇଲ ଫୋନ କୁ ଫୋପାଡ଼ିଥିବା ଜାଗାରେ ଖୋଜାଖୋଜି କରିବା ପରେ ଅଧିକ ତଥ୍ୟ ପାଇଁ ଦୁଇ ଅଭିଯୁକ୍ତକୁ ସୋରଡ଼ା ନିକଟ ଗୋଚ୍ଛା ଜଙ୍ଗଲ କୁ ନେଇଛନ୍ତି ।
4