ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କପିଳେଶ୍ଵର ସଂସ୍କୃତ ବିଦ୍ୟାଳୟର ୩୬ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଯାଜପୁର, 02/07/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡଚଣା ବ୍ଲକ ବନ୍ତଳା ପଞ୍ଚାୟତ ଅନ୍ତର୍ଗତ କପାଷ୍ଟିକିରି ସ୍ଥିତ କପିଳେଶ୍ଵର ସଂସ୍କୃତ ବିଦ୍ୟାଳୟର ୩୬ ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାରଦା ଗୋପାଳ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୂଖ୍ୟଅତିଥି ଭାବେ ଧର୍ମଶାଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ଲେଙ୍କା ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ବଡ଼ଚଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଶୁଭ୍ରାଂଶୁ ଶେଖର ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କ ଉଦ୍ଧେଶ୍ୟରେ ବହୁ ମୂଲ୍ୟବାନ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ପଦ୍ମନାଭ ପ୍ରଧାନ ମଞ୍ଚ ସଞ୍ଚାଳନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବନ୍ତଳା ପଞ୍ଚାୟତ ସରପଞ୍ଚ ସମୀର ରାଉତ,ସହକାରୀ ଶିକ୍ଷକ ଚତୃଭୁଜ ପାତ୍ର,ସହକାରୀ ପଣ୍ଡିତ ଚୌଧୁରୀ ଆଲୋକ କୁମାର ସାମଲ,ନବ କୁମାର ପଣ୍ଡା, ଲକ୍ଷ୍ମୀଧର ନାୟକ,ମମତା ରାଉତ,ଉମେଶ ଚନ୍ଦ୍ର ରାଉତ,ଅଶୋକ କୁମାର ସାହୁ,ଯାଜପୁର ଜିଲ୍ଲା ଓଷ୍ଟା ସମ୍ପାଦକ ସତ୍ୟବାଦୀପଣ୍ଡା,ପ୍ରାକ୍ତନ ଶିକ୍ଷକ ବିଜୟ କୁମାର ମଲ୍ଲିକ ଓ ବହୁ ଶିକ୍ଷା ବିତ୍ ମାନେ ଯୋଗଦେଇଥିଲେ। ପରିଶେଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ।ପରିଶେଷରେ ବିଦ୍ୟାଳୟର ସଭାପତି ପରମାନନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
6