କୁଜଙ୍ଗ , 03/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା - 02/07 :
କୁଜଙ୍ଗସ୍ଥିତ ବି.ବି. ହାଇସ୍କୁଲ ପରିସରରେ ଆଜି ତାଲୁକ ଆଇନ ସେବା ସମିତି, କୁଜଙ୍ଗ ପକ୍ଷରୁ ୭୭ତମ ବନମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ, କୁଜଙ୍ଗ ଶ୍ରୀ ଦୀପ୍ତି ପ୍ରକାଶ ବ୍ରହ୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶ୍ରୀ ଆବକାଶ ଚୌଧୁରୀ, ସିଭିଲ ଜଜ (ସିନିୟର ଡିଭିଜନ), ଶ୍ରୀମତୀ ବର୍ଷା ଦାସ, ସିଭିଲ ଜଜ (ଜୁନିୟର ଡିଭିଜନ), ଶ୍ରୀ ରାଜେଶ ମିଶ୍ର, ଜେ.ଏମ୍.ଏଫ୍.ସି., କୁଜଙ୍ଗ ବାର ଆସୋସିଏସନର ସଭାପତି ଶ୍ରୀ ସଞ୍ଜୟ କୁମାର ବେହେରା, ସମ୍ପାଦକ ଶ୍ରୀ ରଞ୍ଜିତ କୁମାର ବିଶ୍ୱାଳ, ପୂର୍ବତନ ସଭାପତି ଶ୍ରୀ ଏ. ଏନ୍. ଡି. ଯାଦବ ଓ ଆଡଭୋକେଟ୍-କମ୍-ରିଟେନର ଶ୍ରୀ ନୃସିଂହ ଚରଣ ପ୍ରଧାନ ଉପସ୍ଥିତ ଥିଲେ।
ବନ ବିଭାଗର ରେଞ୍ଜର, ବନରକ୍ଷୀ, ଆଇନଜୀବୀ, କୋର୍ଟ କର୍ମଚାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇଥିଲେ।
ଶେଷରେ ସମସ୍ତ ଅତିଥି ଓ ଉପସ୍ଥିତ ସଦସ୍ୟମାନେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଓ ସବୁଜ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ।