ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳନ।

ରାୟଗଡ଼, 03/07/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ ନିକଟସ୍ଥ ଅଡ଼ୁଗୁଡ଼ା ଠାରେ ରାୟଗଡ଼ ସେକ୍ସନ, ରାୟଗଡ଼ ବନାଞ୍ଚଳ, ରାୟଗଡ଼ ବନଖଣ୍ଡ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ପାଳନ କରାଯାଇଥିଲା। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳନ କରି ପ୍ରତ୍ୟେତ ବ୍ୟକ୍ତି ନିଜ ମାଆଙ୍କ ନାମରେ ନିଶ୍ଚିତ ଭାବରେ ବୃକ୍ଷଟି ରୋପଣ କରି ଏବଂ ତାହାର ଯତ୍ନ ନେଲେ ପରିବେଶକୁ ସବୁଜ ସୁନ୍ଦର କରିପାରିବ। ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା। ବୃକ୍ଷ ମୂଳରେ ଦେଲେ ଜଳ, ବୃକ୍ଷ ଦିଅନ୍ତି ଫୁଲ ଫଳ। ବୃକ୍ଷ ବଞ୍ଚଇ ଥିଲେ ଚେର, ଭୂମିରୁ ଟାଣି ନେଇ ନୀର। ବୃକ୍ଷ ବଞ୍ଚିଥିବାରୁ ସେ ଆମକୁ ଅମ୍ଳଜାନ ଦେଇ, ଆମର ସବୁ ଅଙ୍ଗାରକା ଅମ୍ଳଜାନ ନେଇଥାଏ। ବୃକ୍ଷ ଥିବାରୁ ଜୀବଜଗତ ଜୀବନ ଧାରଣ କରିବା ସମ୍ଭବପର ହୋଇପାରିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ କାଡ୍ରାକା ଆପଲାସ୍ୱାମୀ, ଅତିରିକ୍ତ ଜିଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ସେକେଣ୍ଡ କମେଣ୍ଡେଣ୍ଟ ଶ୍ରୀ ସଞ୍ଜୟ କୁମାର ରାଉତ, ଡେପୁଟି କମେଣ୍ଡେଣ୍ଟ ଶ୍ରୀ ସଲିମ କୁମାର, ଇଁ ଚାର୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା, ଇଓ ମ୍ୟୁନିସିପାଲିଟୀ, ବିଡିଓ ତହସିଲଦାର, ନିଜ ବିଭାଗୀୟ କର୍ମଚାରୀ ଏବଂ ମିଟ୍ସ କଲେଜର ଛାତ୍ରୀ ବୃନ୍ଦ ଯୋଗଦାନ କରି କାର୍ଯ୍ୟ କ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।।
3