ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବ ସାହିତ୍ୟିକ ବୈଷ୍ଣବ ଚରଣ ଦାଶ ଙ୍କୁ ' ସ୍ୱତନ୍ତ୍ର ପ୍ରତିଭା ସମ୍ମାନ'ପ୍ରଦାନ

ବୁଗୁଡ଼ା, 03/07/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
୧୯୮୯ ରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେ ପ୍ରତିଷ୍ଠିତ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ୩୮ ବର୍ଷ ରେ ପଦାର୍ପଣ କରିବା ଅବସରରେ ଆସିକା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରେ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିନୋଦ ଚନ୍ଦ୍ର ଦାଶ ଏବଂ ସମ୍ମାନିତ ଅତିଥି ଭାବେ ଦୁର୍ଗା ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ। ଏହି ଅବସରରେ ବୁଗୁଡ଼ା ବୀର ଧନଞ୍ଜୟପୁର ଶାସନର ଯୁବ ସାହିତ୍ୟିକ ବୈଷ୍ଣବ ଚରଣ ଦାଶ ଙ୍କୁ 'ସ୍ଵତନ୍ତ୍ର ପ୍ରତିଭା ସମ୍ମାନ' ରେ ସମ୍ମାନିତ କରାଯାଇଥିଲା। ପ୍ରାବନ୍ଧିକ ଶ୍ରୀ ଦାଶ ଏକାଧାରରେ ଜଣେ ସୁଲେଖକ, କବି, ଶିକ୍ଷକ ଓ କର୍ମକାଣ୍ଡ ବିତ୍ ଭାବେ ଗଞ୍ଜାମ ଜିଲ୍ଲାରେ ଜଣାଶୁଣା। ତାଙ୍କରି ତିନୋଟି ପୁସ୍ତକ ବର୍ତ୍ତମାନ ପ୍ରକାଶ ପାଇସାରିଛି। 'ଶାରଦୀୟ ଦୁର୍ଗାପୂଜା ପଦ୍ଧତି', 'ପର୍ବ ଆମ ପରମ୍ପରାର', 'ସଂସ୍କୃତି ସଞ୍ଚୟନ' ପୁସ୍ତକ ତିନୋଟି ସବୁ ବର୍ଗର ପାଠକ ମାନଙ୍କୁ ବେଶ୍ ସହାୟକ ହୋଇପାରିଛି। ଶ୍ରୀ ଦାଶ ଓଡ଼ିଶା ସରକାରଙ୍କ ଠାରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇବା ସହ ଅନେକ ସାରସ୍ଵତ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି।ଉକ୍ତ ସମ୍ମିଳନୀକୁ ଶ୍ରୀ ଗୌରୀପତି ଦାଶ ସଭାପତିତ୍ବ କରିଥିଲାବେଳେ ଡ. ଶ୍ୟାମା ପ୍ରସାଦ ମିଶ୍ର ପରିଚାଳନା କରିଥିଲେ।
4