ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଡାଳିଯୋଡ଼ା ବନାଞ୍ଚଳ କଟକ ବନଖଣ୍ଡ ପକ୍ଷରୁ ୭୭ତମ ବନ ମହୋତ୍ସବ ପାଳିତ

ଯାଜପୁର, 03/07/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଡାଳିଯୋଡ଼ା ବନାଞ୍ଚଳ କଟକ ବନଖଣ୍ଡ ପକ୍ଷରୁ ୭୭ତମ ବନ ମହୋତ୍ସବ ସପ୍ତାହ ଡ଼ାଳିଯୋଡ଼ା ବନାଞ୍ଚଳ ଅଧୀନ ଗବପାଳ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡ଼ାଳିଯୋଡ଼ା ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ଯୋଗଦେଇ ବୃକ୍ଷରୋପଣ କରିବା ସହିତ,ଆଜିର ଦିନରେ ବିଶ୍ଵ ଜଳବାୟୁ ପରିବର୍ତ୍ତନ, ପରିବେଶ ସନ୍ତୁଳନ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ମୃତ୍ତିକା ସଂରକ୍ଷଣ ପରି ଆହ୍ଵାନଗୁଡିକର ସମାଧାନ ପାଇଁ ବର୍ତ୍ତମାନ ସମୟରେ ବ୍ୟାପକ ଗଛ ଲଗାଇବାର ଆବଶ୍ୟକତା ରହିଛି। ବୃକ୍ଷର ଉପକାରିତା,ପରିବେଶକୁ ସ୍ୱଚ୍ଛ, ସବୁଜ, ସୁନ୍ଦର ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଏକ ସାମୂହିକ ଦାୟିତ୍ଵ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବନପାଳ ଜୀବନ ବେହେରା, ବନରଖି ଅଶ୍ୱିନୀ କୁମାର ସାହୁ,ରାକେଶ ବେହେରା ଙ୍କ ସମେତ ଅନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
22