ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ସହର ଗାନ୍ଧୀ ଛକ ସ୍ଥିତ ନିସ ଇଣ୍ଟର୍ନେସ୍ନାଲ ସ୍କୁଲରେ ବନ ମହୋତ୍ସବ ପାଳିତ

ଜଗତସିଂହପୁର, 04/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) : ଜଗତସିଂହପୁର ସହର ଗାନ୍ଧୀ ଛକ ସ୍ଥିତ ନିସ ଇଣ୍ଟର୍ନେସ୍ନାଲ ସ୍କୁଲରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ନିର୍ଦ୍ଦେଶକ ଡ଼ଃ ସୁବାସ ଚନ୍ଦ୍ର ନାୟକ, ସମ୍ପାଦକ ରାଜେନ୍ଦ୍ର କୁମାର ଲେଙ୍କା, ଉପଦେଷ୍ଟା ପ୍ରଫେସର ବନମାଳୀ ବେହେରା, ଅଧ୍ୟକ୍ଷ ସୁବାସ ଚନ୍ଦ୍ର ରାଉତ, ଉପାଧ୍ୟକ୍ଷ ପ୍ରଦୀପ କୁମାର ନାଥଙ୍କ ଉପସ୍ଥିତ ରେ ବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସୌଦାମିନୀ ସାହୁ, ଶୁଭଶ୍ରୀ ପ୍ରିୟଦର୍ଶିନୀ ଖଟୁଆ, ସୁଭସ୍ମିତା ସେଠି, ଅରୁଣ କୁମାର ମିଶ୍ର, ସୌମ୍ୟା କାନ୍ତ ଲେଙ୍କା, କ୍ଷୀରାବଦି ଲେଙ୍କା, ଅରବିନ୍ଦ ସ୍ବାଇଁ, ସ୍ୱପ୍ନ। ରାୟ, ସବିତା ତ୍ରିପାଠୀ, ଶାଶ୍ବତୀ ପ୍ରିୟଦର୍ଶିନୀ, ଲଷ୍ମୀ ପ୍ରିୟା ସାହୁ, ରାଧା ପାତ୍ର ଓ ନିହାରିକା ପ୍ରମୁଖ ଉପସ୍ଥିତ ଥିଲେ । ବନ ମହୋତ୍ସବ ସପ୍ତାହ ଅବସରରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଅନୁଷ୍ଠିତ ହୋଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ। ବିଭିନ୍ନ ବର୍ଗର ଲୋକଙ୍କ ସହଯୋଗରେ ଶହ ଶହ ଚାରା ରୋପଣ କରାଯାଇ ପରିବେଶ ସୁରକ୍ଷା ପ୍ରତି ସଚେତନତାର ଆହ୍ୱାନ କରାଯାଇଛି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆୟୋଜିତ ହୋଇଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏହି ଅବସରରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯିବା ସହ ପରିବେଶର ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ସୃଷ୍ଟି କରିବାର ସଂକଳ୍ପ ନିଆ ଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଚାରା ରୋପଣ କରିବା ସହ ପ୍ରତ୍ୟେକ ଗଛର ଯତ୍ନ ନେବା ପାଇଁ ଶପଥ ଗ୍ରହଣ କରିଥିଲେ।
Article Image
"ଏକ ଗଛ, ଏକ ଜୀବନ"ର ବାର୍ତ୍ତାକୁ ସାର୍ଥକ କରି ପ୍ରତ୍ୟେକ ନାଗରିକ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେଲେ ହିଁ ସବୁଜ ଓ ସୁସ୍ଥ ପରିବେଶ ଗଢ଼ି ଉଠିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
4