ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନ୍ୟାସନାଲ ଡ୍ୟାନ୍ସ ଏକାଡେମୀ ପ୍ରଥମ ବାର୍ଷିକ ଉତ୍ସବ

କୁଜଙ୍ଗ, 04/12/2024, ଉତ୍କଳ voice news - utkalvoicenews.com4/12 କୁଜଙ୍ଗ ସ୍ଥିତ ନ୍ୟାସନାଲ ଡ୍ୟାନ୍ସ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ନ୍ୟାସନାଲ ସ୍କୁଲ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଳାକାର ତଥା ସାହିତ୍ୟିକ ଜୀବନାନନ୍ଦ ଅଧିକାରୀ ଯୋଗ ଦେଇ କଳା ଏକ ଜନ୍ମଗତ ପ୍ରତିଭା ଓ ଏହାର ବିକାଶ ଗୁରୁଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ l ତେବେ ଭଲ ପାଠ ପଢିବା ସହିତ କଳା ପ୍ରତି ରୁଚି ରଖିଲେ ସଫଳତା ମିଳିବ ବୋଲି କହିଥିଲେ l ନାଟ୍ୟକାର ଡକ୍ଟର ରଘୁନାଥ ସାହୁ ,କଳାକାର ସଞ୍ଜୟ ଓଝା ଓ ନ୍ୟାସନାଲ ସ୍କୁଲ ପ୍ରିନସିପାଲ ପ୍ରମିଳା ନନ୍ଦ ପ୍ରମୁଖ ଯୋଗ ଦେଇ କୃତି କୁନି ନୃତ୍ୟଶିଳ୍ପୀଙ୍କୁ ପ୍ରମାଣ ପତ୍ର ଟ୍ରଫି ପ୍ରଦାନ କରିଥିଲେ l ପ୍ରାୟ ଚାଳିଶି ଜଣରୁ ଉର୍ଦ୍ଧ କୁନି ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ l ନିହାରିକା ମହାନ୍ତି ,ସୁଭାସିନି ମହାପାତ୍ର ,ମମତା ତ୍ରିପାଠୀ ଓ କିରଣବାଳl ନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ l
Article Image
Article Image
1