ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶକ୍ତିଶ୍ରୀ କ୍ଲାସ ପ୍ରତିନିଧିଙ୍କ ଅଭିଷେକ ଓ ଶକ୍ତିଶ୍ରୀ ସାଥୀ ଚୟନ ସଭା

ଗଞ୍ଜାମ, 04/07/2026, ଉତ୍କଳ voice news - utkalvoicenews.com
Article Image
ପୁରୁଷୋତ୍ତମପୁର ଏନtଏସି ସ୍ଥିତ ତାରା ତାରିଣୀମହା ବିଦ୍ୟାଳ ୟରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶକ୍ତିଶ୍ରୀ କ୍ଲାସ ପ୍ରତିନିଧିଙ୍କ ଅଭିଷେକ ଓ ଶକ୍ତିଶ୍ରୀ ସାଥୀ ଚୟନ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ପରାମର୍ଶଦାତ୍ରୀ ଡ଼. ସନ୍ଧ୍ୟା ରାଣୀ ପାତ୍ର ଏବଂ ଅତିଥି ଡ଼. ସୁବ୍ରତ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଶକ୍ତିଶ୍ରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ମହିଳା ସୁରକ୍ଷା,ସଶକ୍ତିକରଣ, llନେତୃତ୍ୱ ଓ ପାରସ୍ପରିକ ସହଯୋଗ ସମ୍ପର୍କରେ ଉଦ୍ବୁଦ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ନମ୍ରତା ମିଶ୍ର ଓ ଶ୍ରୀମତୀ ସୁଜାତା କୁମାରୀ ଦାଶ ପରିଚାଳନା କରିଥିଲେ। ସମସ୍ତ ବିଭାଗର ଶକ୍ତିଶ୍ରୀ କ୍ଲାସ ପ୍ରତିନିଧିମାନେ ସଭାରେ ଉପସ୍ଥିତ ରହିଥିଲେ। ସେମାନଙ୍କୁ କ୍ଲାସ ପ୍ରତିନିଧି ଏବଂ ଶକ୍ତିଶ୍ରୀ ସାଥୀଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ସବିଶେଷ ଅବଗତକରାଯାଇ ଥିଲା।ସଭାରେ ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରୀ କୁମାରୀ ପୂଜା ବେହେରାଙ୍କୁ ଶକ୍ତିଶ୍ରୀ ସାଥୀ ଏବଂ ଇଂରାଜୀ ବିଭାଗର କୁମାରୀ କେ. ବିଜୟଲକ୍ଷ୍ମୀ ରାଓଙ୍କୁ ସହକାରୀ ଶକ୍ତିଶ୍ରୀ ସାଥୀ ଭାବେ ଚୟନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ତାରାତାରିଣୀ ମହାବିଦ୍ୟାଳ ୟର ଶ୍ରୀ ଦୀପକ ବେହେରା ଙ୍କ ସହଯୋଗ ଉଲ୍ଲେଖନୀୟ ଥିଲା।ଶେଷରେ ଧନ୍ୟବାଦ ଜ୍ଞାପନ ସହ ସଭାର ସମାପ୍ତି ଘଟିଥିଲା। ଉପସ୍ଥିତ ସମସ୍ତେ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିବାର ସଂକଳ୍ପ ଗ୍ରହଣ କରିଥି6ଲ l
4