ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚିକିଟି ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ।

ଗଞ୍ଜାମ, 04/07/2026, ଉତ୍କଳ voice news - utkalvoicenews.comବନ ମହୋତ୍ସବ ସପ୍ତାହ ଅବସରରେ ସ୍ଥାନୀୟ ଚିକିଟି ମହାବିଦ୍ୟାଳୟର ଯୁବ ରେଡ଼ କ୍ରସ୍ ଓ ଜାତୀୟ ସେବା ଯୋଜନା (ଏନ. ଏସ. ଏସ.) ତରଫରୁ ଛାତ୍ରୀବାସ ପଡ଼ିଆଠାରେ ଆଜି ୫୦ଟି ଚାରା ରୋପଣ କରାଯାଇଛି I ଚିକିଟି ବନପାଳ କାମନା ଭୂୟାଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କୁ ଚାରା ରୋପଣର ସଠିକ୍ ଉପାୟ ଶିଖାଇବା ସହ ତାହାର ରକ୍ଷଣା ବେକ୍ଷଣ କରିବା ପାଇଁ ଉପଦେଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ପ୍ରଥମ ଚାରା ରୋପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏନ୍.ଏସ୍.ଏସ୍. ଅଧିକାରୀ ଅଧ୍ୟାପିକା ରଶ୍ମିତା ସବର ଓ ଅଧ୍ୟାପକ କାହ୍ନୁ ଚରଣ ଜେନା ଏବଂ ଯୁବ ରେଡ଼ କ୍ରସ କାଉନସେଲର ଡ. ରାମ ଶଙ୍କର ପଟ୍ଟନାୟକ ଓ ଅଧ୍ୟାପକ ଆଶୁତୋଷ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରୀଛାତ୍ରମାନେ ଚାରା ରୋପଣ କରିବା ସହ ସେଥିରେ ସାର ଓ ପାଣି ଦେଇଥିଲେ । ଅଧ୍ୟାପିକା ଡ. ସୁଜାତା ସାମନ୍ତରାୟ, ଅଧ୍ୟାପକ ଡ. ସଞ୍ଜୟ କୁମାର ପଣ୍ଡା, ସୁନିଲ କୁମାର ପାଢୀ, ଲକ୍ଷ୍ମଣ ବେହେରା, ଡ. ବିଶ୍ୱନାଥ ପାଣିଗ୍ରାହୀ, ତାରା ପ୍ରସାଦ ପାଣିଗ୍ରାହୀ, ରାକେଶ ରୋସନ ମଣ୍ଡଳ, ସୁମନ୍ତ ସବର, ପ୍ରଶାନ୍ତ କୁମାର ବେହେରା, ଜଗଦୀପ ନାୟକ, ଡ. ବାବୁଲି ବେହେରା, ରାଧାକାନ୍ତ ପାଢ଼ୀ, କିରାଣୀ ବିଶ୍ୱନାଥ ଦାସ, କର୍ମଚାରୀ ଜ୍ୟୋତିରାଜ ବେହେରା, ପ୍ରଭାକର ଗୌଡ଼, ରାଣା ପ୍ରତାପ ବେହେରା, ଶିବ ସାତୁ, ଦୀପକ ବେହେରା, ଭଗବାନ ମହାନ୍ତି ପ୍ରଭୃତି ଉପସ୍ଥିତ ରହି ଛାତ୍ରୀଛାତ୍ରମାନଙ୍କ ଉତ୍ସାହ ବଢ଼ାଇଥିଲେ ।
Article Image
7