ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂଷ୍ପର୍ଶରେ ଆସି ଗାଈ ଓ ବାଛୁରୀ ମୃତ

ବୁଗୁଡ଼ା, 05/07/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ପରିସରସ୍ଥ ଏକ ବିଦ୍ଯୁତ୍ ଟ୍ରାନ୍ସଫର୍ମର ସଂଷ୍ପର୍ଶରେ ଆସି ହଳେ ଗାଈ ବାଛୁରି ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ରବିବାର ସକାଳେ ନୂଆଁ ବସଷ୍ଟାଣ୍ଡ ପରିସରରେ ସୁରକ୍ଷା ପାଚେରୀ ମଧ୍ୟରେ ଲଟାବୁଦା ଘେରରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟକୁ ଖୋଲା ଫାଟକ ଦେଇ ହଳେ ଗାଈ ଓ ବାଛୁରୀ ଘାସ ଖାଇବାକୁ ପ୍ରବେଶ କରିଥିଲେ। ସେ ଦୁହେଁ ସେଠାରେ ବିଦ୍ଯୁତ୍ ସଂଷ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଖବର ପାଇ ବିଦ୍ଯୁତ୍ ବିଭାଗ କର୍ମଚାରୀ ଆସି ସେଠାରୁ ବିଦ୍ଯୁତ୍ ସଂଯୋଗକୁ ବିଚ୍ଛିନ୍ନ କରିଥିଲେ। ମୃତ ଗାଈ ଓ ବାଛୁରୀକୁ ଏନ୍ଏସି ସଫେଇ କର୍ମଚାରୀମାନେ ଟ୍ରାନ୍ସଫର୍ମର ନିକଟରୁ ବାହାର କରିଥିଲେ। ଗତକାଲି ଦିନରାତି ଲଗାଣବର୍ଷାରେ ଟି.ଭୀମ ପାତ୍ରଙ୍କ ଗାଈ ଓ ବାଛୁରୀ ଦୁଇଟି ଘରକୁ ଫେରିନଥିବା ବେଳେ ଆଜି ସକାଳେ ସେ ଦୁହିଁଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା।
17