ଫତେପୁର, 16/02/2025, ଉତ୍କଳ voice news - utkalvoicenews.comକୁଜଙ୍ଗ ଥାନା ଅନ୍ତର୍ଗତ ଫତେପୁର କ୍ରିକେଟ ଖେଳପଡିଆରେ ୨୭ ତମ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।

ଆଜିର ଫାଇନାଲ ମ୍ୟାଚ ଖୋର୍ଦ୍ଧା ମହିଳା କ୍ରିକେଟ ଟିମ୍ ଓ ଯାଜପୁର ମହିଳା କ୍ରିକେଟ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା। ଆଜିର ୮ ଓଭର ବିଶିଷ୍ଟ ମ୍ୟାଚରେ ଖୋର୍ଦ୍ଦା ମହିଳା କ୍ରିକେଟ ଟିମ୍ ପ୍ରଥମେ ବ୍ୟାଟିଂ କରି ୭୪ ରନ୍ କରିଥିଲା।ଯାଜପୁର ମହିଳା କ୍ରିକେଟ ଟିମ୍ ୬ ଓ୍ବିକେଟରେ ବିଜୟି ହୋଇଥିଲା। ଫତେପୁର ପଞ୍ଚାୟତ ସରପଞ୍ଚ ସିଦ୍ଧାର୍ଥ ପ୍ରସାଦ ପ୍ରଧାନ ସଭାପତିତ୍ବ କରିଥିଲେ।ଯାଜପୁର ମହିଳା କ୍ରିକେଟ ଟିମ୍ କୁ ମୁଖ୍ୟ ଅତିଥି ପାରାଦୀପ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ ଓ ବିଜୁ ଶ୍ରମିକ ଶାମିକର ନାରିନେତ୍ରୀ ମନିଦୀପା ସର୍କଲ ଚମ୍ପିୟାନ ଟ୍ରପି ପ୍ରଦାନ କରିଥିଲେ। ଖୋର୍ଦ୍ଧା ମହିଳା କ୍ରିକେଟ ଟିମ୍ କୁ ସମ୍ମାନୀତ ଅତିଥି କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ ଓ ଉପାଧ୍ୟକ୍ଷ ଜ୍ଞାନଦୀପ ଜେନା ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ। ତିନି ନଂ ଜୋନର ଜୋନର ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପଲତା ବେହେରା ଯାଜପୁର ମହିଳା କ୍ରିକେଟ ଟିମ୍ ର ଅଞୀଳୀ ସିଂ କୁ ବେଷ୍ଟ ବ୍ୟାଟ୍ସମ୍ୟାନ୍ ପୁରସ୍କାର ପ୍ରଦାନ କରିଥିଲେ।ଫତେପୁର ସମିତି ସଭ୍ୟା ଅମିତା ରାଉତରାୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯାଜପୁର ମହିଳା କ୍ରିକେଟ ଟିମ୍ ର କାଜଲ ଜେନାଙ୍କୁ ମ୍ୟାନ ଅଫଦି ସିରିଜ୍ ଟ୍ରଫି ପ୍ରଦାନ କରିଥିଲେ।ଜୀବନ ଜ୍ୟୋତି ଲାଇବ୍ରେରୀ ଫତେପୁର କ୍ରିକେଟ ଟିମ୍ ର ସମସ୍ତ ସଦସ୍ୟ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।