କଟକ, 05/07/2026, ଉତ୍କଳ voice news - utkalvoicenews.com( ସୁବ୍ରତ କୁମାର ମହାନ୍ତି ଙ୍କ ରିପୋର୍ଟ ) :

ମାହାଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ଚିଠା ଭୋଟର ତାଲିକା ପ୍ରକାଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ମାହାଙ୍ଗା ବିଡ଼ିଓ ଟିଲୋତ୍ତମା ପୃଷ୍ଟିଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ କଟକ ମୁନିସିପାଲ କର୍ପୋରେସନ ଅତିରିକ୍ତ କମିଶନର ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ୯୫ ମାହାଙ୍ଗା ସୋନା ଟୁଡୁ ଯୋଗଦେଇ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଆଲୋଚନା କରିବା ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୭୨ ହଜାର ୫୫୬ ଜଣ ଭୋଟର ରହିଛନ୍ତି I ସେଥି ମଧ୍ୟରୁ ୨୨୬୨୮ ଜଣ ବାଦ ପଡିଛନ୍ତି I ଯେଇଁ ମାନଙ୍କର ସମସ୍ୟା ରହିଛି ଆଜି ଠାରୁ ସେମାନଙ୍କର ନାମ ଅନ୍ତର୍ଭୁକ୍ତ କରାଯିବା ସହ ନୂତନ ଭୋଟର ମାନେ ଅନଲାଇନ ରେ ଅବଦାନ କରିପାରିବେ I ସମ୍ମାନିତ ଅତିଥି ଭାବେ ତହସିଲଦାର ସୁବାଶିଷ ପାଲଟା, ନିଶ୍ଚିନ୍ତକୋଇଲି ବିଡ଼ିଓ ଦ୍ବିବେନ୍ଦୁ ଦାସ,ଏବିଡିଓ ଅଶୋଳ କୁମାର ମହାନ୍ତି,ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ ,ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ରାମାନୁଜ ମହାରଣା, ଜିପିଡିଓ କେଶବ ଚନ୍ଦ୍ର ବାରିକ , ପିଓ ହିତେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଆଲୋଚନା କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବ୍ଲକ କଂଗ୍ରେସ କମିଟି ସଭାପତି ଆଇନଜିବୀ ଦୀପକ କୁମାର ମହାନ୍ତି,ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ କମିଟି ସଭାପତି ନାରାୟମ ଦ୍ବିବେଦୀ,ଆମ ଆଦମୀ ପାର୍ଟି ମାହାଙ୍ଗା ସଭାପତି ସାରଦା ପ୍ରସାଦ ଦାସ, ବ୍ଲକ ଯୁବ କଂଗ୍ରେସ ସଭାପତି ସେକ ସଦାମ, ମାହାଙ୍ଗା ମଣ୍ଡଳ ବିଜେପି ସଭାପତି ମନୋରଞ୍ଜନ ବିଶ୍ଵାଳ, ପ୍ରଭାତ କୁମାର ଶତପଥି, ଉମେଶ କୁମାର ବାରିକ, ନିର୍ମଳ ରାଉତ,କରୁଣାକର ସେଠି ପ୍ରମୁଖଙ୍କ ସମେତ ବ୍ଲକର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ I ଏବିଡ଼ିଓ ଜନ୍ମେଜୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ I