ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ା ବ୍ଳକ ଲୁହାଖାଲ ଗ୍ରାମରେ ଅଙ୍ଗବସ୍ତ୍ର, ହନୁମାନ ଚାଳିଶା ଓ ପାଠ୍ୟ ଉପକରଣ ବଣ୍ଟନ

ରାୟଗଡ଼ା, 06/07/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ତାଡ଼ମା ପଞ୍ଚାୟତ ଅଧିନସ୍ଥ ଲୁହାଖାଲ ଗ୍ରାମର ବୃଦ୍ଧ ଆଦିବାସୀ ପିତାମାତାଙ୍କୁ ଅଣ ଆନୁଷ୍ଠାନିକ ଭାବେ ଅଙ୍ଗବସ୍ତ୍ର ବଣ୍ଟନ କରାଯାଇଥିଲା। ତଥା ଯୁବ ଶିକ୍ଷିତ ଗ୍ରାମବାସୀ ଓ ଲୋକ ମାନଙ୍କୁ ହନୁମାନ ଚାଳିଶା ବଣ୍ଟନ କରାଯାଇ ପଠନ କରିବାକୁ ପରାମର୍ଶ ଦେବା ସହ ତାହାର ଉପାଦେୟତା ଆଲୋଚନା କରିବା ଓ ସନାତନ ଧର୍ମ,ଗୋ ସୁରକ୍ଷା, ବାଡ଼ି ବଗିଚାରେ ତୁଳସୀ,ବେଲ , ଅଁଳା ଗଛ ଲଗାଇ ପୂଜା କରିବା, ପରିବେଶ ସୁରକ୍ଷା କରିବା,ବର୍ଜ୍ଯ ପାନୀୟ ଗ୍ରହଣ ନକରିବା, ପାରସ୍ପରିକ ସଦ୍ ଭାବନା,ସମରସତା,ସମଦର୍ଶିତା ଭାବ ରଖିବା, ଆଧ୍ୟାତ୍ମିକ ଚିନ୍ତା ଚେତନାରେ ମଜ୍ଜି ରାଷ୍ଟ୍ରୀୟ ସେବାପାଇଁ ତଥା ମାଆ ଭାରତୀର ଟେକ ରଖିବା ପାଇଁ ସଂକଳ୍ପ ଗାଁ ଲୋକେ କରିଥିଲେ। ତତ୍ ପରେ ଗାଁ ପ୍ରାଥମିକ ବିଦ୍ୟାଳୟର କମିଟି ସଭାପତି, ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ମହାଶୟଙ୍କ ଅନୁମତି ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ଉକ୍ତ ସମସ୍ତ କାର୍ଯ୍ୟକ୍ରମ ସମାଜ ସେବୀ ସେବା ନିବୃତ୍ତ ଶିକ୍ଷକ ଜୟଦେବ ସିଠଙ୍କ ତତ୍ତ୍ଵାବଧାନରେ ହୋଇଥିଲା। ସେବା ନିବୃତ୍ତ ଶିକ୍ଷକ, ସମାଜ ସେବକ,କବି ଡଃ ରତି ରଞ୍ଜନ ଦାଶ ମହାଶୟଙ୍କ ସହାୟତା ଓ ବିଦ୍ୟାଳୟର ଶିକ୍ଷକ/ଶିକ୍ଷିକା, ଗାଁ ମୁଖିଆ ଲକି ହିମିରିକାଙ୍କ ସହଯୋଗ ପାଇ ଶ୍ରୀ ସିଠ ସେବା କାର୍ଯ୍ୟ ସମ୍ପାଦନା କରି ଗାଁ ଲୋକଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ ପରେ ଗ୍ରାମବାସୀଙ୍କୁ ସୌଜନ୍ୟ ଜଣାଇଥିଲେ।
Article Image
Article Image
5