ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୋଇଡା ସେକ୍ଟର 102 ରେ ରଥଯାତ୍ରା ର ପୂର୍ବ ପସ୍ତୁତି ବୈଠକ ଅନୁଷ୍ଠିତ

ଏରସମା, 06/07/2026, ଉତ୍କଳ voice news - utkalvoicenews.com(ସରୋଜ କୁମାର ଙ୍କ ରିପୋର୍ଟ )
Article Image
ନୋଇଡା ସେକ୍ଟର 102 (ସଲାରପୁର ) ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରସିଦ୍ଧ ରଥଯାତ୍ରା କୁ ମହାଆଡମ୍ବର ସହକାରେ ପାଳନକରିବାକୁ ଶ୍ରୀ ଜଗନ୍ନାଥ ସେବା ଟ୍ରଷ୍ଟ ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା। ଠାକୁର୍ ରାଜା ଶ୍ରୀ ରଶ୍ମିକାନ୍ତ ନାୟକଙ୍କ ଅଧକ୍ଷତା ରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା।କିପରି ସଠିକ୍ ସମୟରେ ଶାନ୍ତି ଶୃଙ୍ଖଳା ର ସହିତ ପ୍ରଭୁଙ୍କର ନୀତି କାନ୍ତି ସହିତ ପ୍ରଭୁଙ୍କର ଘୋଷ ଯାତ୍ରା କରାଯିବ ସେଥିପାଇଁ ଆଲୋଚନା କରାଯାଇଥିଲା ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୁରେନ୍ଦ୍ର ନାଥ ସାହୁ, ଶ୍ରୀ ଜଗନ୍ନାଥ ସେବା ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଅତନୁ କୁମାର ଦାଶ,ସମ୍ପାଦକ ମୃତ୍ୟୁଞ୍ଜୟ ସାମନ୍ତରା,କୋଷାଧକ୍ଷ ଶ୍ରୀ ମାନସ ନାୟକ, ପ୍ରମୁଖ ସଦସ୍ୟ ଶ୍ରୀ ଅସିତ ପତି,ସୁକାନ୍ତ ମହାନ୍ତି,ପଣ୍ଡିତ ପ୍ରଦୀପ ମିଶ୍ର ଏବଂ ସମସ୍ତ ସଭ୍ୟ ଯୋଗଦେଇଥିଲେ।
5