ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପରଲୋକରେ ସାମ୍ବାଦିକଙ୍କ ପିତା

ଏରସମା, 06/07/2026, ଉତ୍କଳ voice news - utkalvoicenews.com ( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକର ବରିଷ୍ଠ ସାମ୍ବାଦିକ ପର୍ଶୁରାମ ମନ୍ତ୍ରୀଙ୍କ ପିତା ନିରଞ୍ଜନ ମନ୍ତ୍ରୀଙ୍କ ତା.୫/୭/୨୦୨୬ରିଖ ରାତ୍ର ୮ଘଟିକା ସମୟରେ ନିଜ ବାସ ଗୃହରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ତାଙ୍କ ୩ପୁତ୍ର, ପୁତ୍ରବଧୂ ଏବଂ ଅନ୍ୟ ଆତ୍ମୀୟମାନେ ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ନୃସିଂହ ଚରଣ ମନ୍ତ୍ରୀ ମୁଖାଗ୍ନୀ ପ୍ରଦାନ କରିଥିବା ବେଳେ ମଝିଆ ପୁତ୍ର ବାମନ ମନ୍ତ୍ରୀ, ପର୍ଶୁରାମ ମନ୍ତ୍ରୀ , ନାତି- ରାହୁଲ, ରୋସନ, ରୋହନ, ଭାଇ ନିତ୍ୟାନନ୍ଦ ମନ୍ତ୍ରୀ, ନିମାଇଁ ଚରଣ ମନ୍ତ୍ରୀ, ନିକୁଞ୍ଜ କିଶୋରୀ ମନ୍ତ୍ରୀ ଓ ଅନ୍ୟ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ୱର୍ଗତ ମନ୍ତ୍ରୀଙ୍କ ଘର ଏରସମା ବ୍ଲକ ଅନ୍ତର୍ଗତ ସୋମପୁର ପଞ୍ଚାୟତ ଅଣଖିଆ ଗ୍ରାମରେ । ସ୍ୱର୍ଗତ ମନ୍ତ୍ରୀଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
4