ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଚିତ୍ର ଆଶୁ ଆରୋଗ୍ୟ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସସ୍ନେହମୟୀ

ଏରସମା, 06/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତର ବିଚିତ୍ର ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ତିନିପ୍ରାଣୀ କୁଟୁମ୍ବ ।ଏଭଳି ଦୁଃଖଦ ଦୃଶ୍ୟ ଦେଖିବାଙ୍କୁ ମିଳିଛି ଏରସମା ବ୍ଲକ ନୂଆଗାଁ ପଞ୍ଚାୟତ ର ସିଧାଗୁମ୍ଫା ଗ୍ରୁପର ବିଚି ସେନାପତି ଙ୍କ ପରିବାର ରେ । ବିଚି ଙ୍କର ପରିବାର କହିଲେ ଦୁଇ ଝିଅ ଗୋଟିଏ ପୁଅ ଓ ସ୍ତ୍ରୀ ।ଝିଅ ବିଭାହ ପରେ ପରିବାର ଖୁସିରେ ଚାଲୁଥିଲା ବେଳେ ଦୁଃଖର ବାଦଲ ବିଚି ଙ୍କ ପରିବାର ଉପରକୁ ମାଡି ଆସିଲା ।ବିଚି ଏକମିତ୍ର ରୋଜଗାରିଆ ଥିବାବେଳେ ଏକମାତ୍ର ପୁଅ ଗାଁ କଲେଜ ରେ ପାଠ ପଢୁଛି ।ଏହି ସମୟରେ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ କଟକ ଯାଇଥିବା ବେଳେ ଡାକ୍ତର କ୍ୟାନ୍ସର ହୋଇଥିବା କହିଥିଲେ ।ବିଚି ଙ୍କ ପରିବାର ଭାଙ୍ଗି ପଡିଥିବା ବେଳେ ଅପେରେସନ ହୋଇ ସୁସ୍ଥ ଅଛନ୍ତି ମାତ୍ର ପରିବାର ପ୍ରତିପୋଷଣ କରିବା, ପୁଅର ପାଠ ପଢା ,ମେଡ଼ିସିନ ଖର୍ଚ୍ଚ ପାଇଁ ଆର୍ଥିକ ସମ୍ବଳ ନ ଥିବାରୁ ଦୁଃଖ ଦୁର୍ଦଶାରେ ଦିନ କାଟୁଛନ୍ତି ।ସରକାରୀ ଯୋଜନାରେ ମିଳିଥିବା ଘର ପ୍ରଥମ କିସ୍ତି ପାଇଥିବା ବେଳେ ଅନ୍ୟ ପଇସା ପାଇବାରେ ବିଳମ୍ବ ହେଉଥିବା ବିଚି ଦୁଃଖର ସହିତ କହିଛନ୍ତି ।ଏଭଳି ଦୁଃଖଦ ଖବର ପାଇଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ର ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟ ବିଚିଙ୍କ ଘରେ ପହଞ୍ଚି ତାଙ୍କ ଦୁଃଖରେ ସହଭାଗିତା ହେବା ସହିତ ଆସୁ ଆରୋଗ୍ୟ କାମନା କରିଛନ୍ତି ।ଶ୍ରୀମତୀ ଆଚାର୍ଯ୍ୟ କହିଛନ୍ତି ଯେ ସରକାରୀ ବେବସ୍ତାରେ ରହିଥିବା ସମସ୍ତ ସୁବିଧା ସୁଯୋଗ କିପରି ବିଚି ଙ୍କ ପରିବାର ନିକଟରେ ପହଞ୍ଚିବ ସେଥିପ୍ରତି ସମସ୍ତ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ବିଭିନ୍ନ ସ୍ୱଛାସେବୀ ଅନୁଷ୍ଠାନ ମାନେ ଏହି ଅଭାବୀ ପରିବାର କୁ ସହଯୋଗ କରିବାକୁ ଶ୍ରୀମତୀ ଆଚାର୍ଯ୍ୟ ଅନୁରୋଧ କରିଛନ୍ତି ।
4