ତିର୍ତ୍ତୋଲ, 06/07/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଥମ ଉଚ୍ଚ ମାଧ୍ୟମିକ ଟପ୍ପର, ପ୍ରଥମ ଆଇ ଏ ଏସ, ତଅଁରl ଗ୍ରାମର ଯୋଗ୍ୟତମ ପୁତ୍ର ତଥା କର୍ଣ୍ଣାଟକର ପ୍ରାକ୍ତନ ମୁଖ୍ୟ ସଚିବ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ଖୁଣ୍ଟିଆଙ୍କ ବାସଭବନରେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ ଓ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପ୍ରତିଷ୍ଠାତା ସଭାପତି ତାପସ ରାଜ ମହାରଣା ସୌଜନ୍ୟମୂଳକ ସାକ୍ଷାତ କରିବାବେଳେ ତାଙ୍କର ଜନ୍ମମାଟି ପ୍ରତି ଅଗାଧ ଅନୁରାଗ ଓ ମାତୃଭାଷା ପ୍ରତି ହୃଦୟଭରି ସମ୍ମାନ ଅନୁଭବ କରିଥିଲେ l ଏଚ ଏସ ଆର ସ୍ଥିତ ବାସଭବନ ନିକଟରେ ଥିବା ଜଗନ୍ନାଥ ମନ୍ଦିର ପାଇଁ ତାଙ୍କର ଅବଦାନ ଏବଂ ଜଗନ୍ନାଥଙ୍କ ସଂସ୍କୃତି ସମ୍ପର୍କିତ ବିବରଣୀ ପୁସ୍ତକ ସମ୍ବଳିତ ଏକ ପୁସ୍ତକlଗାର ପାଇଁ ଅସୀମ ଇଛା ବାସ୍ତବରେ ଜଣେ ଓଡ଼ିଆ ପୁଅର ସଫଳ ମାନସିକତାର ସୂଚନା ଦିଏ l ଆଗାମୀ ଦିନରେ ଓଡ଼ିଆ ଯାତ୍ରା ଦଳଙ୍କୁ ଆହ୍ୱାନ କରିବାର ମାନସିକତା ମଧ୍ୟ ଖୁବ ଅନ୍ତରଙ୍ଗ ଭାବ ଜଗାଇଥିଲା l ଏହିପରି ବିଦେଶରେ ରହିମଧ୍ୟ ସ୍ବଦେଶ ପ୍ରୀତି ଥିବା ବ୍ୟକ୍ତି ଅଧୁନାତନ ସମାଜରେ ବିରଳ ବୋଲି ଶ୍ରୀମତୀ ଦାସ ଏବଂ ଶ୍ରୀ ମହାରଣା ମହୋଦୟ ମତବ୍ୟକ୍ତ କରିଛନ୍ତି l