ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଜରଙ୍ଗ ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୁଗୁଡ଼ା, 06/07/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବଜରଙ୍ଗ ଦଳ ଘୁମୁସର ଜିଲ୍ଲା ବୁଗୁଡ଼ା ପ୍ରଖଣ୍ଡ ପକ୍ଷରୁ ସେବା ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସବୁଜିମା ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା।ସୂଚନାଯୋଗ୍ୟ ଯେ, ବଜରଙ୍ଗ ଦଳ ପକ୍ଷରୁ ଏହି ସେବା ସପ୍ତାହ ଆଜି ୦୬ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସେବା କରିବା ସହ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ସଙ୍ଗଠନ ପକ୍ଷରୁ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ହାତକୁ ନିଆଯିବ ବୋଲି ପ୍ରଖଣ୍ଡ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ପ୍ରମୁଖ ସଦସ୍ୟ, ବଶିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହି ବୃକ୍ଷରୋପଣକୁ ସଫଳ କରିବା ସହ ପରିବେଶର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ।
Article Image
Article Image
14