ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ବନମହୋତ୍ସବ

ଗଞ୍ଜାମ, 07/07/2026, ଉତ୍କଳ voice news - utkalvoicenews.com
Article Image
ଖଣ୍ଡଦେଉଳି ସ୍ଥିତ ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ଯୁବରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍; ଓ ଏନ୍ଏସ୍ଏସ୍‌ ତରଫରୁ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା ଶ୍ରୀମତି ମିନତୀ ପଟ୍ଟନାୟକ ଏବଂ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଆନନ୍ଦ ଗୌଡ଼ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ ଶିକ୍ଷା‌ ବିଭାଗ ର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର ଗୌଡ, ଇଂରାଜୀ ବିଭାଗୀୟ ଅଧ୍ୟାପକ ରାକେଶ ଛୋଟରାୟ ଙ୍କ ସମେତ ଅନ୍ୟାନ୍ୟ୍ କର୍ମଚାରୀ ବୃନ୍ଦ' ଛାତ୍ର ସ୍ଵେଚ୍ଛାସେବୀ ଉପସ୍ଥିତ ରହି ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ‌ କରିବାର ଆବଶ୍ୟକତା କୁ ଆଖିରେ ରଖି ଗଛ ଲଗାଇ ଥିଲେ । ଏଥିରେ ;YRC;NSS ର ପ୍ରୋଗ୍ରମ ଅଫିସର ମାନେ ଯୋଗଦେଇ ଗଛଟିଏ ଲଗାଅ ଜୀବନ ବଞ୍ଚାଓ ର ସଙ୍କଳ୍ପ ଓ ପ୍ରତିଶୃତି ଦେଇ କାର୍ଯ୍ୟମାନ ଆଗେଇ ନେଇଥିଲେ ।
16