ରାୟଗଡ଼ା, 07/07/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ଚଳିତ ମାସ 07 07 2026 ତାରିଖ ଦିନ ସି ପି ଆଇ (ଏମ ଏଲ) ଲିବରେସନ ଓ ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଗ (ଆଇଲା) ତରଫରୁ ପାର୍ଟୀ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଏକ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ 11 ଦଫା ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l
ବିଷମକଟକ ତହସିଲ କାର୍ଯ୍ୟାଳୟ ତରଫରୁ ସିଲିଂ ବହିଃଭୁତ ଜମିର ଜାରି କରାଯାଇଥିବା ନୋଟିଫିକେସନ୍ କୁ ଆଧାର କରି ଗରୀବ ମାନଙ୍କ ମଧ୍ୟରେ ଜମି ବଂଟନ କରିବା,ବିକାଶ ନାମରେ ପ୍ରକୃତିକ ସମ୍ପଦକୁ ଲୁଣ୍ଠନ ବଦଂ କରିବା, ଲଡେଇ କରୁଥିବା ଆଦିବାସୀ ମାନଙ୍କ ଉପରେ ମିଥ୍ୟା କେସ ବଦଂ କରିବା, ବସୁନ୍ଧରା ଯୋଜାନରେ ସମସ୍ତ ଗରୀବ, ଆଦିବାସୀ, ଦଳିତ ମାନଙ୍କୁ ଘରଢ଼ିହ ପଟ୍ଟା ବଂଟନ କରିବା,ଏମ୍.ଜି.ଏନ୍.ଆର୍.ଇ.ଜି.ଏ କାମରେ ଦୈନିକ ୬୦୦ /- ଟଙ୍କା ମଜୁରୀ ଓ ବିଭି ଜି-ରାମ ଜୀ କଳା ଆଇନ ବାତିଲ କରିବା ଏବଂ ରେସନ୍ କାର୍ଡ ଧାରୀଙ୍କୁ ୫୦ କେ.ଜି. ଚାଉଳ ଯୋଗାଇ ଦେବା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସହାୟତା ୫ ଲକ୍ଷ ଟଙ୍କା ଓ ସମସ୍ତ ଗରିବ ଏବଂ ବିପିଏଲ ପରିବାରକୁ ୩୦୦ ୟୁନିଟ୍ ବିଦ୍ୟୁତ୍ ଯୋଗାଇ ଦେବା,

କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେବା ଚକ୍ରାନ୍ତକୁ ବନ୍ଦ କରିବା, ବିଭିନ୍ନ ପଂଚାୟତରୁ ଆଦିବାସୀମାନଙ୍କ ଦ୍ବାରା ଆଦାୟ କରାଯାଉଥିବା ମହୁଲ, ଝୁଣା, ଝାଡ଼ୁ, ହଳଦୀ, ସଫୁରୀ, ଟୋଲ, କାଜୁ, ଜଙ୍ଗଲଜାତ ଦ୍ରବ୍ୟ ଗୁଡ଼ିକ ଟି.ଡ଼ି.ସି.ସି. ଜରିଆରେ କ୍ରୟ ବିକ୍ରୟ ନିମନ୍ତେ ବ୍ୟବସ୍ଥା କରିବା, ଆଦିବାସୀମାନଙ୍କର ଭୋଗ ଦଖଲରେ ରହିଥିବା ସରକାରୀ ଜମି, ଜଙ୍ଗଲ ଜମିକୁ ଚିହ୍ନଟ କରିବା ପାଇଁ ଆର.ଆଇ. ଓ ଅମିନ୍କୁ ମାସିକ ୧୫ ଦିନ ପାଇଁ ନିର୍ଦ୍ଦେଶ ଦେବା, ବିଷମକଟକ ତହସିଲ ତରଫରୁ ଦିଆଯାଉଥିବା ଜାତି ପ୍ରମାଣ ପତ୍ର ଅତିଶୀଘ୍ର ପ୍ରଦାନ କରିବା, ସରକାରଙ୍କ ଦ୍ବାରା ପ୍ରଚଳିତ “କାମ୍ପା” ଆଇନ ସଂପୂର୍ଣ ରଦ୍ଧ କରିବା ନେଇ ସି ପି ଆଇ (ଏମଏଲ) ଲିବରେସନ ରାଜ୍ୟ କମିଟି ସଭ୍ୟ ମହେନ୍ଦ୍ର ପରିଡା ଓ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ରାଜ୍ୟ ସରକାର କଂ ଠାରେ ଦାବି କରିଛନ୍ତି।
ଉପସ୍ଥିତ ଥିଲେ
- - - - - - - - - - - - - - - - - - -
ଶରତ ଚନ୍ଦ୍ର ତ୍ରିପାଠୀ, କ୍ରିଷ୍ଣା ପାଲକା, ବନ ହୁଇକା, ବୃନ୍ଦାବନ ଗୁନା, ଛବିଲାଲ ହିହାଲ,ଅନିରୁଦ୍ଧ ନିଶିକା ,ଗୋବିନ୍ଦ ପାତିକା , ମୋଜେସ ବିଡିକା, ମୋହନ ପାତିକା, ଡୁମ୍ଭୁରି ଶ୍ରାମ୍ଭୁଟିକା, ସାଙ୍ଗାନା ନିଶିକା, ନିରଞ୍ଜନ ପିଡିକାକା, ମୂର୍ତ୍ତୀ ମିଣିଆକା, ଆଚାନା ମଣ୍ଡାଗିଂ,
ନିବେଦକ
ତ୍ରିପତି ଗମାଙ୍ଗ
ସମ୍ପାଦକ
ସିପିଆଇ(ଏମଏଲ) ଲିବରେସନ
ବିଷମକଟକ,ରାୟଗଡା,ଓଡିଶା