ପାରାଦୀପ ଗଡ , 07/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ପି.ପି.ଏଲ୍. ତରଫରୁ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୭ତମ ବନ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ପୂର୍ବାହ୍ନ ରେ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଓ ପଞ୍ଚାୟତ ମହିଳା ମହାସଂଘ ର ସଭ୍ୟା ମାନେ ପାରାଦୀପ ଗଡ ଗ୍ରାମ ପରିକ୍ରମା କରି ସ୍କୁଲ ପଡିଆ ରେ ଥିବା ପତିତ ଖାଲି ଜାଗାରେ ବିଭିନ୍ନ କିସମର ଚାରା ଲଗାଇ ଥିଲେ l ପି.ପି.ଏଲ. ତରଫରୁ ପଞ୍ଚାୟତ ରେ ଥିବା ବିଭିନ୍ନ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର,ଖେଳ ପଡିଆ ଓ ପତିତ ସ୍ଥାନରେ ବ୍ୟାପକ ବୃକ୍ଷ ରୋପଣ କରାଯିବ ବୋଲି ପି.ପି.ଏଲ. ସି.ଏସ୍.ଆର୍. ତତଫରୁ ଅଶୋକ କୁମାର ରାଉତ, ଅରକ୍ଷିତ ସାହୁ, ସୁଧାଂଶୁ ବେହେରା ଓ ଏସ୍.ରାଜେଶ ପ୍ରକାଶ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ତଥା କୁଜଙ୍ଗ ଓକିଲ ସଙ୍ଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କିରଣବାଳା ସାହୁ, ବରିଷ୍ଟ ଶିକ୍ଷୟିତ୍ରୀ ପ୍ରଭାତ ନଳିନୀ ବେହେରା, ଇତିଶ୍ରୀ ସାହୁ, ଖେଳ ଶିକ୍ଷକ ରମାକାନ୍ତ ଖଣ୍ଡୁଆଳ, ଶାଗରିକା ସ୍ଵାଇଁ, ମିନାର୍ଭ ସ୍ଵାଇଁ, ବିଚିତ୍ର ପ୍ରଧାନ, ସନାତନ ମାଝୀ, କନିଷ୍ଠ ଯନ୍ତ୍ରୀ ପୁସ୍ପିତା ବାରିକ, ଏ.ଡି.ଇ.ଓ,. ସିପ୍ରାରାଣୀ ପତି, ସି.ଆର.ପି. ମେନକା ରାଣୀ ସ୍ଵାଇଁ, ମିଲି ମଲ୍ଲିକ, ସଂଘମିତ୍ରା ମହାପାତ୍ର, ହାରାମଣି ସୁତାର, ସଂଗୀତା ବେହେରା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l
