କୁଜଙ୍ଗ, 16/02/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ସନ୍ତରା କୃଷ୍ଣଚନ୍ଦ୍ରପୁର ସ୍ଥିତ ଶିରିଡ଼ି ସାଇବାବାଙ୍କ ମନ୍ଦିର ପରିସରରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟି ସାଇ ପରିବାର ତରଫରୁ ହୋଇଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନା ରାଣୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପଲତା ବେହେରା ପ୍ରମୁଖ ଯୋଗ ଦେଇ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ତେବେ ଚଳିତ ବର୍ଷ ଶିରିଡ଼ି ସାଇ ପରିବାର ପକ୍ଷରୁ ହୋଇଥିବା ରକ୍ତ ଦାନ ଶିବିରରେ ୧ଶହ ୩୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିରକୁ ସଭାପତି ସନ୍ତୋଷ ଦଳାଇ,ସମ୍ପାଦକ ସୁବ୍ରତ ଶେଖର ବିଶ୍ବାଳ,ସଞ୍ଜୟ ଚୌଧୁରୀ,ମମତା ନାୟକ,ସଞ୍ଜୟ ପ୍ରଧାନ,ପ୍ରଶାନ୍ତ ପରିଡ଼ା,ଗଜେନ୍ଦ୍ର ଦାସ,ପ୍ରଭାସ ବେହେରା,ପ୍ରକାଶ ସାମନ୍ତରାୟ,ସୁଧୀର ସ୍ବାଇଁ ଓ ସଞ୍ଜୟ ସାମନ୍ତରାୟ ପ୍ରମୁଖଙ୍କ ସମେତ ସାଇ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।