ପାରାଦ୍ଵୀପ, 07/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ପାରାଦ୍ଵୀପରେ ଦିନ ଦ୍ବିପ୍ରହର ଘଟିଛି ଏକ ଅଭାବନୀୟ ଘଟଣା ।କଲୋନୀରେ ରହୁଥିବା ମହିଳା ଙ୍କ ମୁଣ୍ଡରେ ରେ ବନ୍ଧୁକ, କଟୁରୀ ଦେଖାଇ ଲୁଟ ଉଦ୍ୟମ କରୁଥିବା ସମୟରେ ଅନ୍ୟ ଏକ ମହିଳା ଙ୍କ ସାହାସିକତା ପାଇଁ ଘରୁ ଲୁଟ କରିବା ପରିବର୍ତ୍ତେ ଜୀବନ ବଞ୍ଚାଇ ଦୌଡିଲେ ଅଜଣା ଦୁର୍ବୁର୍ତ୍ତ। ଛାଡ଼ିଗଲେ କଟୁରୀ, ହେଲମେଟ ଓ ବ୍ୟାଗ । ପାରାଦୀପ ଉଦୟବିହାର-1 କଲୋନୀରେ ଆଜି ସକାଳ ପାଖାପାଖି ୧୧ ଟା ସମୟରେ ଦୁଇଜଣ ଅଜଣା ଯୁବକ ହଠାତ ଏହି କଲୋନୀ ରେ ଭଡାରେ ରହୁଥିବା ସୁଶାନ୍ତ ବିଶ୍ୱାଳ ଙ୍କ ଘର ଭିତରକୁ ପଶିଯିବା ପରେ ସୁଶାନ୍ତ ଙ୍କ ପତ୍ନୀ ସୁପ୍ରିୟା ଙ୍କୁ ମୁହଁ ମାଡି ବସିବା ସହିତ ମୁଣ୍ଡରେ ବନ୍ଧୁକ ଲଗାଇ ଘରେ କଣ ଅଛି ଦେବାକୁ କହିଥିଲେ l ଘର ର ପଡୋଶୀ ମହିଳା ଫୋନ କରୁଥିବା ସମୟରେ ଘଟଣା ଘଟିବାରୁ ଉକ୍ତ ମହିଳା ଜଣକ ସୁଶାନ୍ତ ଘରକୁ ଆସି ଦେଖିବା ବେଳକୁ ସୁପ୍ରିୟା ଙ୍କ ମୁହଁ ମାଡ଼ିବସିଥିଲେ l ଘଟଣା କୁ ବିରୋଧ କରିବା ସହିତ ପାଟି କରିବାରୁ ଉକ୍ତ ଦୁଇଜଣ ଦୁର୍ବୁର୍ତ୍ତ ବନ୍ଧୁକ ଦେଖାଇ ଧକ୍କାମାରି ତଳେ ପକାଇଦେବା ସହିତ କଟୁରୀ, ହେଲମେଟ ଓ ବ୍ୟାଗ ଛାଡି ଗାଡ଼ି ଧରି ଫେରାର ହୋଇଯାଇଥିଲେ l ଖବର ପାଇବା ପରେ ପାରାଦୀପ ଲକଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାଡିଯାଇଥିବା ମାରଣାସ୍ତ୍ର ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି l ଦୀର୍ଘ ପାଞ୍ଚବର୍ଷ ହେବ ନିଜ ଗ୍ରାମ ଜଗତସିଂହପୁର ଜିଲ୍ଲା ଭାଲିକୁଦା ବ୍ଲକ ର ତେନ୍ତୁଳିବେଲାରୀ ଗ୍ରାମରୁ ଆସି ସୁଶାନ୍ତ ବିଶ୍ୱାଳ ନିଜ ପିଲା ଛୁଆ ଙ୍କୁ ଆଣି ରହି ଆସୁଥିବା ବେଳେ ଆଜିର ଏହି ଘଟଣା କୁ ନେଇ ଭୟଭୀତ ହୋଇପଡିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ l ଯଥାଶୀଘ୍ର ପୋଲିସ ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଉଦୟବିହାର ବାସିନ୍ଦା l
