ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ କଲେଜ ଏନ୍‌ସିସି ଆଲୁମନି ଆସୋସିଏସନକୁ ‘ପ୍ରକୃତି ମିତ୍ର ପୁରସ୍କାର–୨୦୨୫–୨୬’

ପାରାଦୀପ, 08/07/2026, ଉତ୍କଳ voice news - utkalvoicenews.com୭୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଜଗତସିଂହପୁରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ପାରାଦୀପ କଲେଜ ଏନ୍‌ସିସି ଆଲୁମନି ଆସୋସିଏସନକୁ ‘ପ୍ରକୃତି ମିତ୍ର ପୁରସ୍କାର–୨୦୨୫–୨୬’ ପ୍ରଦାନ କରାଯାଇଛି। ଜିଲ୍ଲାର ଆଠଟି ବ୍ଲକରୁ ମନୋନୀତ ପ୍ରକୃତି ମିତ୍ରମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।
Article Image
ଉଲ୍ଲେଖଯୋଗ୍ୟ ଯେ, ‘ପ୍ରକୃତି ମିତ୍ର ପୁରସ୍କାର’ ସାଧାରଣତଃ ରାଜ୍ୟସ୍ତରରେ ପ୍ରଦାନ କରାଯାଉଥିବାବେଳେ ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଏହା ଜିଲ୍ଲାସ୍ତରରେ ପ୍ରଦାନ କରାଯାଇଛି।
Article Image
ଏହି ଅବସରରେ ପରିବେଶବିତ୍ ତଥା ପାରାଦୀପ କଲେଜ ଏନ୍‌ସିସି ଆଲୁମନି ଆସୋସିଏସନର ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର କହିଥିଲେ ଯେ, "ପୁରସ୍କାର କେବଳ ସମ୍ମାନ ନୁହେଁ, ଏହା ଏକ ବଡ଼ ଦାୟିତ୍ୱ। ସରକାର ଏହି ସମ୍ମାନ ମାଧ୍ୟମରେ ପ୍ରକୃତି ଓ ସମାଜର ସୁରକ୍ଷା ପାଇଁ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବାର ପ୍ରେରଣା ଦେଇଥାନ୍ତି।" ସେ ଆହୁରି କହିଥିଲେ ଯେ, ପରିବେଶ ପ୍ରଦୂଷଣ ରୋକିବା, ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବା, ବର୍ଜ୍ୟବସ୍ତୁକୁ ସଠିକ୍ ଭାବେ ଡଷ୍ଟବିନରେ ପକାଇ ପୁନଃବ୍ୟବହାରଯୋଗ୍ୟ କରିବା ସହ ପରିବେଶ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଆଜିର ସମୟର ମୁଖ୍ୟ ଆବଶ୍ୟକତା। ଗତ ତିନି ବର୍ଷ ଧରି ଆସୋସିଏସନ ପକ୍ଷରୁ ନିୟମିତ ଭାବେ ବୃକ୍ଷରୋପଣ,ଗଛ ଚାରା ରୋପଣ,ମାଙ୍ଗ୍ରୋଭ୍ ସଂରକ୍ଷଣ, ପକ୍ଷୀ ଓ ପଶୁମାନଙ୍କ ପାଇଁ ଜଳ ବ୍ୟବସ୍ଥା, ଗ୍ରୀଷ୍ମ ଋତୁରେ ଦହିପାଣି ବଣ୍ଟନ, ସାମାଜିକ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରତ୍ୟେକ ରବିବାର ପାରାଦୀପ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଜାରି ରଖାଯାଇଛି। ଏହି ନିରନ୍ତର ସେବା କାର୍ଯ୍ୟ ପାଇଁ ଆସୋସିଏସନ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଶଂସା ଲାଭ କରିଛି। ଆଗାମୀ ଦିନରେ ମଧ୍ୟ ପ୍ରକୃତି ସଂରକ୍ଷଣ, ସ୍ୱଚ୍ଛ ପରିବେଶ ସୃଷ୍ଟି ଏବଂ ସମାଜର କଲ୍ୟାଣ ପାଇଁ ଆହୁରି ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।
14