ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହୃଦଘାତରେ ଅଟୋ ଚାଳକ ଙ୍କ ବିୟୋଗ

ଯାଜପୁର, 08/07/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡଚଣା ବ୍ଲକ ଅନ୍ତର୍ଗତ ସିହା ଗ୍ରାମ ପଞ୍ଚାୟତ ଅଧୀନ ଖରମଙ୍ଗି ଗ୍ରାମର ଅଟୋ ଚାଳକ ତପନ କୁମାର ମଲ୍ଲିକ ଙ୍କ ଆଜି ସକାଳେ ହୃଦଘାତରେ ପରଲୋକ ଘଟିଛି। ତପନ ଘରେ ବସିଥିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବଡଚଣା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ତପନ ଚଣ୍ଡିଖୋଲ ବାସୁଦେବ ସାହୁ ପ୍ରମୁଖ ଛକରେ ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଶବ ଗ୍ରାମରେ ପହଞ୍ଚିଲା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହିତ ଶବା ଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପ ସଭାପତି ମହେଶ୍ୱର ପରିଡ଼ା, ବିଜେପି ପଞ୍ଚାୟତ ପ୍ରମୁଖ ଯତୀନ୍ଦ୍ର ସାହୁ, ଖଗେଶ୍ବର ସାହୁ, ଶ୍ରୀଧର ପ୍ରଧାନ, କୁଳମଣି ପାତ୍ର, ଯଦୁନାଥ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
8