ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗ୍ରାଚ୍ୟୁଟି ଦାବୀ ନେଇ କୋଣାର୍କ ଝୋଟକଳ ଶ୍ରମିକ ଙ୍କ ବୈଠକ।

ଯାଜପୁର, 08/07/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ବ୍ଲକ ର ଧାନ ମଣ୍ଡଳ କୋଣାର୍କ ଝୋଟକଳ ୨୦୧୨ଅକ୍ଟୋବର ମାସରୁ ଉତ୍ପାଦନ ବନ୍ଦ ରହିଥିବା ବେଳେ ଅକ୍ଟୋବର ୨୦୧୨ମସିହାରୁ କୋଣାର୍କ ଝୋଟ କଳ ରେ କାର୍ଯ୍ୟରତ ବଦଳି ଓ ନିୟମିତ ଶ୍ରମିକ ମାନେ ସ୍ବେଛାକୃତ ଅବସର ନେଇ ଥିଲେ। ଝୋଟ କଳ କର୍ତ୍ତୃପକ୍ଷ ବଦଳି ଶ୍ରମିକ ଙ୍କୁ ଗ୍ରାଚ୍ୟୁଟି ଅର୍ଥ ପ୍ରଦାନ କରି ନ ଥିଲେ। ଏ ସଂପର୍କରେ ଶ୍ରମିକ ମାନେ ବହୁବାର ସ୍ମାରକପତ୍ର ମାଧ୍ୟମରେ ତହସିଲ ଦାର୍ ଦର୍ପଣ ଓ ଜିଲ୍ଲାପାଳ ଯାଜପୁର ଙ୍କୁ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ଝୋଟ କଳ ପରିଚାଳନା କର୍ତ୍ତୃପକ୍ଷ,ଯାଜପୁର ରୋଡ଼ ସ୍ଥିତ ସହକାରୀ ଶ୍ରମ ଆୟୁକ୍ତ, ଖାରବେଳ ନଗର ଶ୍ରମ ଆୟୁକ୍ତ ଙ୍କୁ ମଧ୍ୟ ଅବଗତ କରାଯାଇଛି। ମାତ୍ର କୌଣସି ସୁଫଳ ନ ମିଳିବାରୁ ଶ୍ରମିକ ମାନେ ଯାଜପୁର ଉପ ଜିଲ୍ଲାପାଳ ଙ୍କୁ ମଧ୍ୟ ଭେଟି ଛନ୍ତି। ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଦର୍ପଣ ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଅନସନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଆଜି ଧାନ ମଣ୍ଡଳ ଠାରେ ବଡଚଣା ନାଗରିକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମାହାଲା ଙ୍କ ନେତୃତ୍ବରେ ଅନୁଷ୍ଠିତ ଏକ ବୈଠକ ରେ ରାମ ଚନ୍ଦ୍ର ସାହୁ, ଅନାଦି ଚରଣ ଲେଙ୍କା, କାଳୀ ଚରଣ ଟୁଡୁ, ଅର୍ଜୁନି ପଟ୍ଟନାୟକ , ସୁନ୍ଦର ମୋହନ ହଂସଦା, ସେକ୍ ବଦି ରୁଦ୍ଦିନ, ବିରୁ ମୁର୍ମୁ ସମେତ ଶତାଧିକ ପୁରୁଷ ମହିଳା କର୍ମଚାରୀ ଯୋଗଦେଇ, ସରକାର ତୁରନ୍ତ ଆମକୁ ଆମ ପ୍ରାପ୍ୟ ପ୍ରଦାନ କରନ୍ତୁ ବୋଲି ଦାବୀ କରିଛନ୍ତି।
8