ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିସ ଇଣ୍ଟରନେସନାଲ ସ୍କୁଲରେ ବନ ମହୋତ୍ସବ ଉଦଯାପିତ

ଜଗତସିଂହପୁର, 08/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ସ୍ଥାନୀୟ ଗାନ୍ଧିଛକ ସ୍ଥିତ ନିସ ଇଣ୍ଟର ନେସନାଲ ସ୍କୁଲରେ ବିଦ୍ୟାଳୟ ସମ୍ପାଦକ ରାଜେନ୍ଦ୍ର କୁମାର ଲେଙ୍କାଙ୍କ ଦ୍ୱାରା ବୃକ୍ଷ ରୋପଣ ସହ ବନ ମହୋତ୍ସବ ପାଳନ ଉଦଯାପିତ ହୋଇ ଯାଇଛି । ବନ ମହୋତ୍ସବ କେବଳ ଗଛ ଲଗାଇବାର ଏକ କାର୍ଯ୍ୟକ୍ରମ ନୁହେଁ, ଏହା ପ୍ରକୃତି ପ୍ରତି ଆମର କର୍ତ୍ତବ୍ୟ, କୃତଜ୍ଞତା ଓ ଦାୟିତ୍ୱର ଏକ ପବିତ୍ର ପର୍ବ ବୋଲି ମୁଖ୍ୟ ଅତିଥି କହିଛନ୍ତି । ପ୍ରତିବର୍ଷ ବର୍ଷା ଋତୁରେ ବନ ମହୋତ୍ସବ ପାଳନ କରାଯାଏ । କାରଣ ଏହି ସମୟରେ ଲଗା ଯାଇ ଥିବା ଚାରା ସହଜରେ ବଞ୍ଚି ବୃକ୍ଷରେ ପରିଣତ ହୋଇପାରେ। ଗଛ ଆମକୁ ଅମ୍ଳଜାନ ଦିଏ, କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରେ, ପରିବେଶକୁ ଶୀତଳ ରଖେ, ବର୍ଷା ଆଣିବାରେ ସହାୟକ ହୁଏ, ମାଟି କ୍ଷୟକୁ ରୋକେ ଏବଂ ଅସଂଖ୍ୟ ପକ୍ଷୀ ଓ ପ୍ରାଣୀଙ୍କ ପାଇଁ ଆଶ୍ରୟ ସୃଷ୍ଟି କରେ। ଫଳ, ଫୁଲ, ଔଷଧ, କାଠ ଓ ଅନେକ ଜୀବନୋପ ଯୋଗୀ ସାମଗ୍ରୀ ଆମେ ଗଛଠାରୁ ପାଇଥାଉ। ଆଜି ପୃଥିବୀ ଜଳବାୟୁ ପରିବର୍ତ୍ତନ, ଅତ୍ୟଧିକ ଉତ୍ତାପ, ପ୍ରଦୂଷଣ ଏବଂ ବନ ଧ୍ୱଂସ ଭଳି ସମସ୍ୟାର ସମ୍ମୁଖୀନ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବୃକ୍ଷରୋପଣ ଏବଂ ବନ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ ବୋଲି ସଭାରେ ଅଧ୍ୟକ୍ଷତା କରି ପ୍ରିନସିପାଲ ସୁଭାଷ ଚନ୍ଦ୍ର ରାଉତ ମତ ବ୍ୟକ୍ତ କରିଛନ୍ତି । ବନ ମହୋତ୍ସବ ଆମକୁ କେବଳ ଗଛ ଲଗାଇବାକୁ ନୁହେଁ, ବରଂ ସେହି ଗଛକୁ ସୁରକ୍ଷା ଓ ଯତ୍ନର ସହିତ ବଡ଼ କରିବାକୁ ମଧ୍ୟ ପ୍ରେରଣା ଦିଏ ବୋଲି ପ୍ରକାଶ କଲେ ମୁଖ୍ୟ ବକ୍ତା ତଥା ଶିକ୍ଷାବିତ ବନମାଳୀ ବେହେରା । ଛାତ୍ରଛାତ୍ରୀମାନଙ୍କ ମନରେ ପରିବେଶ ସୁରକ୍ଷାର ଭାବନା ସୃଷ୍ଟି କରିବା, ସମାଜକୁ ସବୁଜ ଓ ସ୍ୱଚ୍ଛ କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ପୃଥିବୀ ଗଢ଼ିବା ହେଉଛି ବନ ମହୋତ୍ସବର ପ୍ରମୁଖ ଉଦ୍ଦେଶ୍ୟ ବୋଲି କାର୍ଯ୍ୟକ୍ରମ ସଂଯୋଜିକା ସୌଦାମିନୀ ସାହୁ ପ୍ରକାଶ କରିଥିଲେ । "ଗୋଟିଏ ଗଛ କେବଳ ଗଛ ନୁହେଁ; ଏହା ଜୀବନ, ଶ୍ୱାସ, ଆଶା ଓ ଭବିଷ୍ୟତର ପ୍ରତୀକ।" ବୋଲି କାର୍ଯ୍ୟକ୍ରମ ଉଦଘୋଷକ ସୌରଭ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । ବିଦ୍ୟାଳୟ ର ପିଲାମାନେ ପରିବେଶ ସଂକ୍ରାନ୍ତିୟ ନୃତ୍ୟ, ଭାଷଣ ଓ କୌତୁକ ପୋଷାକ ରେ ଖୁବ ସୁନ୍ଦର ସଜେଇ ହୋଇଥିଲେ.!ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।
11