କୁଜଙ୍ଗ, 16/02/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ସ୍ଥିତ ସମାଗୋଳ ଉପ କାରାଗାରକୁ ଅନ୍ତେବାସୀଙ୍କ ପାଇଁ ଥଣ୍ଡା ପାନୀୟ ଜଳ ଯନ୍ତ୍ର ପ୍ରଦାନ କରିଛନ୍ତି ପାରାଦ୍ଵୀପ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।ତେବେ ଜେଲ୍ ପରିସରରେ ସ୍ଵଚ୍ଛ ଭୂତଳ ଜଳର ଅଭାବ ଯୋଗୁଁ ଅନ୍ତେବାସୀ ମାନେ ନାଇଁ ନଥିବାର ସମ୍ମୁଖୀନ ହେଉଥିବା ବେଳେ ଅନ୍ତେବାସୀ ମାନେ ମନ୍ତ୍ରୀଙ୍କ ଜେଲ୍ ପରିଦର୍ଶନ ସମୟରେ ଦୃଷ୍ଟି ଆକର୍ଷଣ କରିଥିଲେ।ମାତ୍ର ମନ୍ତ୍ରୀଙ୍କ ପ୍ରତିଶୁତି ଅନୁସାରେ ଅନ୍ତେବାସୀ ମାନଙ୍କୁ ଏକ ପାନୀୟ ଜଳ ଯନ୍ତ୍ର ପ୍ରଦାନ କରିଛନ୍ତି।ଏହି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯନ୍ତ୍ର ପ୍ରଦାନ ସମୟରେ ଜିଲ୍ଲା ବିଜେପି ସମ୍ପାଦକ ତପନ କୁମାର ତ୍ରିପାଠୀ ଓ କୁଜଙ୍ଗ ପଞ୍ଚାୟତର ସରପଞ୍ଚ ବନ୍ଦିତା ଦାସ ଉପସ୍ଥିତ ରହି ସମାଗୋଳ ଉପ କାରାଗାର ଅଧିକାରୀ ଇନ୍ଦ୍ରଜିତ ବିଶ୍ଵାଳଙ୍କୁ ହସ୍ତାନ୍ତର କରିଥିଲେ।