ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ସ୍ତରୀୟ ୭୭ତମ ବନମହୋତ୍ସବ ପାଳନ – ୨୦୨୬(ମାଙ୍କ ନାମରେ ଗଛଟିଏ )

ରାୟଗଡ଼ା, 09/07/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
୦୯.୦୭.୨୦୨୬ ରେ ସନ୍ଧ୍ୟା ୪:୦୦ ଘଟିକା ସମୟରେ ରାୟଗଡା ବନଖଣ୍ଡ ଅନ୍ତର୍ଗତ ରାୟଗଡା ବନାଞ୍ଚଳ ର ଅଡୁଗୁଡା ଗ୍ରାମ ନିକଟସ୍ଥ ସହରାଞ୍ଚଳ ବନୀକରଣ ପରିସରରେ ଜିଲ୍ଲା ସ୍ତରୀୟ ୭୭ ତମ ବନମହୋତ୍ସବ ସପ୍ତାହ ପାଳନ ଉଦ୍ଧେଶ୍ୟରେ ମାଙ୍କ ନାମରେ ଗଛଟିଏ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦାମଦର ରଥ ,ଜିଲ୍ଲା ମାଜିଷ୍ଟ୍ରେଟ , ରାୟଗଡା ଯୋଗଦାନ କରି ନିଜ ମାଁ ଙ୍କ ନାମ ରେ ଏକ ଗଛ ଟିଏ ରୋପଣ କରି କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ । ଏହି କାର୍ଯକ୍ରମ ରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଭାବେ ଶ୍ରୀ ସଂଜିତ କୁମାର ବେହେରା ସ୍ୱତନ୍ତ୍ର ଜର୍ଜ,ଶ୍ରୀମତୀ ଅଳ୍ପନା ସ୍ୱାଇଁ ଅତିରିକ୍ତ ଜିଲ୍ଲା ଜର୍ଜ, ଶ୍ରୀମତୀ ଅର୍ପଣା ମହାପାତ୍ର ମୁଖ୍ୟ ବିଚାରପତି ,ଶ୍ରୀ ସୁବ୍ରତ ଆଚାର୍ଯ୍ୟ DLSA ସମ୍ପାଦକ, ଶ୍ରୀମତୀ ସସ୍ମିତା ମିଶ୍ର Civil Judge, ଶ୍ରୀ ଆଶିଷ ପଟ୍ଟନାୟକ Civil Judge , ଶ୍ରୀମତୀ ସୁଦେସନା ପଟ୍ଟନାୟକ SDJM ରାୟଗଡା, ଶ୍ରୀମତୀ ଜ୍ୟୋତିର୍ମୟୀ ଷଡ଼ଙ୍ଗୀ JMFC କୋଲନରା, ଶ୍ରୀ ରଣା ଘୋଷ Register Civil Judge ରାୟଗଡ଼ା , ଶ୍ରୀ ସାଲିମ କୁମାର ଏସ , ଉପ commandant , crpf ସହ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ର ଶିକ୍ଷକ ଶ୍ରୀ ନୀଳାଞ୍ଚଳ ପାଳ , ଛାତ୍ରଛାତ୍ରୀ, ଅଡୁଗୁଡ଼ା ଗ୍ରାମର ଗ୍ରାମବାସୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହି ସମସ୍ତେ ନିଜ ମାଙ୍କ ନାମରେ ଗୋଟିଏ ଲେଖାଏଁ ଚାରା ରୋପଣ କରିଥିଲେ।
Article Image
ପରିଶେଷରେ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ ବନଖଣ୍ଡ ଅଧିକାରୀ ରାୟଗଡା ଉପସ୍ଥିତ ଗଣ ମାଧ୍ୟମ ପ୍ରତିନିଧିଙ୍କ ମଧ୍ୟମରେ ରାୟଗଡା ଜନସାଧାରଣଙ୍କୁ ଚଳିତ ବର୍ଷ ବନବିଭାଗର ବିଭିନ୍ନ ନର୍ସରୀ ଗୁଡ଼ିକରୁ ଚାରା ପିଛା ୧ ଟଙ୍କା ମୂଲ୍ୟରେ ନେଇ ନିଜ ବାଡ଼ି ବଗିଚାରେ ରୋପଣ କରି ପରିବେଶକୁ ସବୁଜ ଓ ସୁନ୍ଦର କରିବାକୁ ଅନୁରୋଧ କରିଥିଲେ। ଏହି ପରିପେକ୍ଷୀରେ ଶ୍ରୀ ସନ୍ଦୀପ କୁମାର ପୃଷ୍ଟି ସହକାରୀ ବନସଂରକ୍ଷକ ରାୟଗଡା ଓ ଶ୍ରୀ ସଚ୍ଚିଦାନନ୍ଦ ସେଠୀ ସହକାରୀ ବନସଂରକ୍ଷକ ରାୟଗଡା ଚଳିତ ବର୍ଷ ରେ ରାୟଗଡା ବନଖଣ୍ଡରେ ହେବାକୁ ଥିବା ବନୀକରଣ ବିଷୟରେ ବିସ୍ତୃତ ଭାବେ ବିବରଣୀ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଟିକୁ ଶ୍ରୀ ଅନିଲ କୁମାର ପାଣିଗ୍ରାହୀ ବନାଞ୍ଚଳ ଅଧିକାରୀ ରାୟଗଡା ସୂଚାରୁ ରୂପେ ପରିଚାଳନା କରିଥିଲେ।
Article Image
6