ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଥମ ଥର କରି ମାଆ ତାରାତାରିଣୀ ଙ୍କ ପୀଠରେ ହେଲା 108 ଚଣ୍ଡୀପାଠ

ଗଂଜାମ, 09/07/2026, ଉତ୍କଳ voice news - utkalvoicenews.comପ୍ରଥମ ଥର କରି ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ରାଇପୁର ପଞ୍ଚାୟତ ରତ୍ନ ଗିରି ପାହାଡ଼ ରେ ବିରାଜିତ ଗଞ୍ଜାମର ଇଷ୍ଟଦେବୀ ମାଆ ତାରା ତାରିଣୀ ଙ୍କ ନିକଟରେ 120ବିଦ୍ୱାନ ପଣ୍ଡିତ ଙ୍କ ଦ୍ଵାରା 108 ଚଣ୍ଡୀପାଠ କରାଯାଇ ଥିଲା |
Article Image
ଆସାମ କାମାକ୍ଷା ପୀଠର ଗୁରୁଜୀ ଡ଼ଃ ବରୁଣ ଗିରୀଙ୍କ ଏହି ଇଚ୍ଛା କୁ ତାଙ୍କ ଶିଷ୍ୟ ତଥା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଆବାହକ ତଥା କର୍ତ୍ତା ଡ଼ଃ ବଳିଆ ସତଅଥୀ ଙ୍କ ସଂଯୋଜନା ରେ ଏହା ମାଆଙ୍କ ପୀଠରେ ଆରମ୍ଭ କରା ଯାଇଥିଲା | ଲକ୍ଷ ଥିଲା ଆସୁରିକ ଶକ୍ତି ର ବିନାଶ ସହିତ ଆଶରୀରୀ ଅକାଳ ମୃତ୍ୟୁ, ମାନଙ୍କ ମୋକ୍ଷ ପ୍ରାପ୍ତି ଏବଂ ଏହିପୀଠ ର ଚତୁ ପାର୍ଶ୍ଵ, ଏହି ବ୍ଳକ ଜିଲ୍ଲା ଓ ରାଜ୍ୟ ସହିତ ଜଗତର ମଙ୍ଗଳ କାମନା ନିମନ୍ତେ ଆରମ୍ଭ କରାଯାଇ ଥିଲା | ମାଆଙ୍କ ମୁଖ୍ୟ ପୂଜକ ବାପୁଜୀ ରଣା ଓ ଜଣେ ପଣ୍ଡିତ ଙ୍କ ସହ ମାଆଙ୍କ ପାଖରେ ପ୍ରଥମେ ଆବାହନ, ଦୀପ ପ୍ରଜ୍ବଳନ ଷୋଡଶ ଉପଚାର ପୂଜା, ଶୁଖିଲା ଭୋଗ ଆରାତ୍ରିକ ପରେ ସମସ୍ତ ପଣ୍ଡିତ ମାନେ ଗୋଟିଏ ସ୍ଥାନ ରେ ବସି ସାମୁହିକ ଚଣ୍ଡୀ ପାଠ ପଠନ କରିଥିଲେ | ଅନ୍ୟ ଉପସ୍ଥିତ ପଣ୍ଡିତ ମାନେ ସମ୍ମୁଖଯଜ୍ଞ ମଣ୍ଡପରେ ବସି କର୍ତ୍ତା ଡ଼ଃ ବଳିଆ ଶତପଥି, ଆଚାର୍ଯ୍ୟ ଭାବେ ଉମାକାନ୍ତ ଆଚାର୍ଯ୍ୟ, ପ୍ରଚାରକ ଭାବେ ସରୋଜ ଶତପଥୀ, ବ୍ରହ୍ମା ଭାବେ ବିନୟ ମିଶ୍ର, ବ୍ୟବସ୍ତାପକ ଭାବେ ଲମ୍ବୋଦର ଦାଶ, ଉପଦେଷ୍ଟା ଡ଼ଃ ବରୁଣ ଗିରି, ପୁରୋହିତ ତ୍ରିଲୋଚନ ଦାଶ,ଓ ଅନ୍ୟାନ୍ୟ ସହଯୋଗୀ ପଣ୍ଡିତ ମାନେ ବେଦମନ୍ତ୍ର ରେ ବରୁଣ ପୂଜା ଠାରୁ ଅଗ୍ନି ଶୋଧନଓ ପୂଜା ପରେ ଚଣ୍ଡୀ ଙ୍କ ଗୋଟିଏ ଗୋଟିଏ ମନ୍ତ୍ରରେ ଆହୁତି ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଛତ୍ର ପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଏ ଟିଓ ପି ଦେବାଶିଷ ମହାପାତ୍ର, ଏନଏସି ଈଓ ସଙ୍ଗୀତା ସେଠୀ, ଓଷ୍ଟାଫ ମାନେ, ପୁରୁଷୋତ୍ତମପୁର ଥାନା ଆଇ ଆଇ ସି କୂଳ ମଣୀ ସେଠୀ ଓଷ୍ଟାଫ, ସେବାୟତ ଙ୍କ ସହ ଅନ୍ୟନ୍ୟ ଭଦ୍ର ବ୍ୟକ୍ତି ଭକ୍ତ ମାନେ ଯଜ୍ଞ ସ୍ଥାନରେ ଉପସ୍ଥିତ ରହି ମାଆ ତାରାତାରିଣୀ କୃପାଭିକ୍ଷା ସହ ପଣ୍ଡିତ ମାନଙ୍କ ଆଶୀର୍ବାଦ ଲାଭ କରିଥିଲେ |
6