ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନ ପ୍ରଣୟନ ଓ ମାସିକ ଭତ୍ତା ନିମନ୍ତେ ଭଏସ ଅଫ ମିଡ଼ିଆ ସଂଗଠନର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର !

ଗଂଜାମ, 09/07/2026, ଉତ୍କଳ voice news - utkalvoicenews.comବ୍ରହ୍ମପୁର ,୯ ଜୁଲାଇ :
Article Image
ସାମ୍ବାଦିକମାନଙ୍କ ଭତ୍ତା, ସୁରକ୍ଷା ଆଇନ ପ୍ରଣୟନ ଏବଂ କଲ୍ୟାଣ ଦାବିରେ ଭଏସ ଅଫ ମିଡ଼ିଆ ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆର୍‍.ଡି.ସି.ଙ୍କୁ ସାକ୍ଷାତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭଏସ ଅଫ ମିଡ଼ିଆର ଗଞ୍ଜାମ ଜିଲ୍ଲା ଓ ରାଜ୍ୟ ସଦସ୍ୟମାନଙ୍କ ସହ ପୁରୁଷୋତ୍ତମପୁର ସେବା ସାମ୍ବାଦିକ ସଂଘ ଏବଂ ହିଞ୍ଜିଳି-ଶେରଗଡ଼ର ଗୋପବନ୍ଧୁ ପ୍ରେସ କ୍ଲବର ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ଦାବିପତ୍ରରେ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ, ମାସିକ ଭତ୍ତା ପ୍ରଦାନ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ସୁବିଧା, କର୍ତ୍ତବ୍ୟ ପାଳନ ସମୟରେ ଆକ୍ରମଣ ଘଟିଲେ ତ୍ୱରିତ ଆଇନଗତ ପଦକ୍ଷେପ, ସାମ୍ବାଦିକ କଲ୍ୟାଣ ପାଣ୍ଠିର ସୁଦୃଢ଼ୀକରଣ ଏବଂ ଗ୍ରାମାଞ୍ଚଳର ସାମ୍ବାଦିକମାନଙ୍କୁ ସମାନ ସୁବିଧା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ସାମିଲ ରହିଛି। ଭଏସ ଅଫ ମିଡ଼ିଆ ପକ୍ଷରୁ କୁହାଯାଇଛି ଯେ, ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜକୁ ନିରପେକ୍ଷ ଓ ସତ୍ୟ ସୂଚନା ଓ ପ୍ରଚାର ପ୍ରସାରଣ ପ୍ରଦାନ କରୁଥିବାରୁ ସେମାନଙ୍କ ସୁରକ୍ଷା, ସମ୍ମାନ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ। ସଂଗଠନ ଆଶା ପ୍ରକାଶ କରିଛି ଯେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ନ୍ୟାୟସଙ୍ଗତ ଦାବିକୁ ସକାରାତ୍ମକ ଭାବେ ବିଚାର କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ବିଭିନ୍ନ ରାଜ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମ ବଙ୍ଗର, ପଞ୍ଜାବ, ହରିଆଣା, ତ୍ରିପୁରା, ବିହାର,ଅରୁଣାଚଳ,।ଏହି ଦାବିଗୁଡ଼ିକର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ଭଏସ ଅଫ ମିଡ଼ିଆ ପକ୍ଷରୁ ରାଜ୍ୟବ୍ୟାପୀ ବୃହତ୍ତର ଆନ୍ଦୋଳନ କରାଯିବ ବୋଲି ସଂଗଠନ ଜିଲ୍ଲା କୋଷାଧକ୍ଷ ସୁଦର୍ଶନ ପରିଡା, ଗୋପବନ୍ଧୁ ପ୍ରେସ କ୍ଲବ ସଦସ୍ୟ ,ଏବଂ ଗଞ୍ଜାମ ଜିଲ୍ଲା ଭଏସ ଅଫ ମିଡ଼ିଆର ସମସ୍ତ ସଦସ୍ୟ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହ ରାଜ୍ୟ କାର୍ଯ୍ୟନିର୍ବାହୀ ଅରୁଣ କୁମାର ଗୌଡ଼ , ରାଜ୍ୟ ସହ ସମ୍ବାଦକ ପ୍ରସନ୍ନ କୁମାର ଦାଶ ,କହିଛନ୍ତି ଯେ,ରାଜ୍ୟ ସ୍ତରରେ ଦାବି ପୂରଣ ନ ହେଲେ ଖୁବଶୀଘ୍ର ଏହି ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ମଧ୍ୟ ଅବଗତ କରାଯିବ ।
6