ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବି,ସି, ଏସ ମହାବିଦ୍ୟାଳୟ ର ଛାତ୍ର ଅନିଲ ରାଜ୍ୟପାଳ ଙ୍କ ଦ୍ଵାରା ପୁରସ୍କୃତ

କୁଜଙ୍ଗ / ସମଗୋଳ, 09/07/2026, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ସମଗୋଳ ଗ୍ରାମରେ ଅବସ୍ଥିତ ବିଜୟଚାନ୍ଦ ସଂସ୍କୃତ ମହାବିଦ୍ୟାଳୟ ର ଛାତ୍ର ଅନିଲ କୁମାର ମହାନ୍ତି , ଜାତୀୟ ସେବା ଯୋଜନା
Article Image
(ଏନ୍,ଏସ,ଏସ) ର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ,ଶ୍ରୀ ବିହାର ,ପୁରୀ ର ୪୬ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଙ୍କ ଦ୍ଵାରା ମାନପତ୍ର , ଉତ୍ତରୀୟ, ପୁଷ୍ପଗୁଚ୍ଛ ରେ ପୁରସ୍କତ ହୋଇ ମହାବିଦ୍ୟାଳୟ ର ସୁଖ୍ୟାତି ଅର୍ଜନ କରିଛନ୍ତି, ସେ ଜଣେ ଉଚ୍ଚକୋଟି ର ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ଚିତ୍ରଶିଳ୍ପୀ ଭାବେ ବେଶ୍ ପରିଚିତ ଅଟନ୍ତି, ମହାବିଦ୍ୟାଳୟ ର ଏନ୍,ଏସ,ଏସ ସ୍ବେଚ୍ଛାସେବୀ ମଧ୍ୟରେ ସେ ଜଣେ ଶୃଙ୍ଖଳିତ ଏବଂ ବହୁ ପ୍ରତିଭା ଶିଳ ଛାତ୍ର ଅଟନ୍ତି , ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ପ୍ରତାପ କୁମାର ମହାପାତ୍ର , ଏନ୍,ଏସ,ଏସ କାର୍ଯ୍ୟକ୍ରମ ଅଧିକାରୀ ଡ଼ ହେମନ୍ତ କୁମାର ମୁଦୁଲି ,ଅନ୍ୟ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ଏବଂ ନୃତ୍ୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ମାନେ ତାଙ୍କର ଏହି ସଫଳତା କୁ ଉଚ୍ଚ ପ୍ରଶଂସିତ କରି ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି
6